ଜଙ୍ଗଲରୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ : ଡିଟୋନେଟର ସହ ରିମୋଟ ଉଦ୍ଧାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଣ୍ଟି ନକ୍ସଲ ଅପରେସନ ମୁଖ୍ୟଙ୍କ ନିର୍ଦ୍ଦେଶରେ କନ୍ଧମାଳ ଏସ୍‌ପି ହରିଶ ବିଶିଙ୍କ ଦ୍ୱାରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଡିଭିଏଫର କମ୍ବିଂ ଅପରେସନ ବେଳେ ଗୁମ୍ମା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଗୁମ୍ମା ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନଙ୍କ ଜିନିଷପତ୍ର ଗଦା ହୋଇଥିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇ କନ୍ଧମାଳ ଏସ୍‌ପି ଅପରେସନ୍ ପ୍ରସ୍ତୁତ କରିଥିଲେ । କୋଟଗଡ଼ ଥାନା ଅନ୍ତର୍ଗତ ଗୁମ୍ମା ଜଙ୍ଗଲରେ ଡିଭିଏଫର ଗୋଟିଏ ୟୁନିଟ୍ ସହିତ ବୋମା ନିଷ୍କ୍ରିୟକାରୀ ଟିମ୍ ମୁତୟନ କରାଯାଇଥିଲା । ବ୍ୟାପକ ସତର୍କତା ଅବଲମ୍ବନ କରି ଘଟଣାସ୍ଥଳରେ ପହଞ୍ଚିଥିଲା ଟିମ୍ । ବୋମା ନିଷ୍କ୍ରିୟକାରୀ ଟିମ୍ ସ୍ଥାନଟିକୁ ସଫା କରିଥିଲା । ସ୍ଥାନଟିକୁ ଖୋଳିବା ପରେ, ପ୍ରାୟ ୬୦୦ ଡିଟୋନେଟର ଏବଂ ଗୋଟିଏ ରିମୋଟ୍ ଉଦ୍ଧାର କରାଯାଇଥିଲା । ଏହି କମ୍ବିଂ ଅପରେସନ୍ ସମୟରେ ସୁରକ୍ଷା ବାହିନୀ ବିରୁଦ୍ଧରେ ନକ୍ସଲମାନେ ଡିଟୋନେଟର ବ୍ୟବହାର କରିଥାନ୍ତେ ବୋଲି ସନ୍ଦେହ କରାଯାଉଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଅପରେସନ୍ ଜାରି ରହିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.