
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଆଉ ଏହି ଯୁକ୍ତ ଦୁଇ କଳା ପରୀକ୍ଷାରେ ବଲାଙ୍ଗିର ଗାଲକ୍ସିର ସଫଳତା ଦେଖିବାକୁ ମିଳିଛି । ଗାଲକ୍ସିର ଛାତ୍ର ଅଜିତ ପଧାନ ୪୯୭ ମାର୍କ ଆଣି ଗାଲକ୍ସିର ଟପ୍ପର ହୋଇପାରିଥିବା ବେଳେ ଦୁଇ ଜଣ ଛାତ୍ରୀ ଆରତୀ ସାହୁ ଓ ନମ୍ବ୍ରତା ଭୋଇ ୪୭୭ ଓ ୪୮୪ ମାର୍କ ଆଣିଛନ୍ତି । ଛାତ୍ର ଛାତ୍ରୀଙ୍କ ଏହି ସଫଳତା କୁ ନେଇ ଗାଲକ୍ସି କୋଚିଙ୍ଗ ର ନିର୍ଦ୍ଦେଶକ ସୁବିନ ସାହୁ କୃତଜ୍ଞତା ଜଣାଇବା ସହ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।