centurian jitm

ଏଏଚ୍‌ଏସଇ – ୨୦୨୫ ଫଳାଫଳରେ ଜେ.ଏସ.ଏମ୍ କଲେଜ୍ କଳା ଓ ବାଣିଜ୍ୟର ଶତପ୍ରତିଶତ ସଫଳତା ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଜେ.ଏସ.ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ କଲେଜ ତାଙ୍କର ଅଧ୍ୟୟନ ଏବଂ କାର୍ଯ୍ୟକଳାପ ହେତୁ ବଲାଙ୍ଗିର ଜିଲ୍ଲାର ନମ୍ୱର ୧ କଲେଜ ଭାବରେ ଛିଡା ହୋଇଆସିଛି । ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ କଲେଜର ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ତମ ନମ୍ୱର ରଖି +୨ କଳା ଓ ବାଣିଜ୍ୟଏଏଚ୍‌ଏସଇ ୨୦୨୫ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କଲେଜର ବାଣିଜ୍ୟ ଷ୍ଟ୍ରିମରେରେ ମୋଟ ୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୯ ଟି ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଅଧିକାର କରିଛନ୍ତି, ୧୫ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀ ଅଧିକାର କରିଛନ୍ତି ଓ ୩ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ଅଧିକାର କରିଛନ୍ତି ପୁଣି କଳା ଷ୍ଟ୍ରିମରେରେ ମୋଟ ୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮ଟି ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଅଧିକାର କରିଛନ୍ତି, ୧୭ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀ ଅଧିକାର କରିଛନ୍ତି ଓ ୧୭ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ଅଧିକାର କରିଛନ୍ତି । କଳା ଷ୍ଟ୍ରିମରେ କୁମାରୀ ତାନିୟା ଗୋୱାନି ଓ ଶ୍ରୀ ସ୍ପନ୍ଦନ ଦର୍ଜି ବାଣିଜ୍ୟ ଷ୍ଟ୍ରିମରେ କଲେଜ ଟପ୍ପର ହୋଇଛନ୍ତି । ଶିକ୍ଷକ ଶିକ୍ଷୟତ୍ରୀଙ୍କର ଓ ପିଲାମାନଙ୍କର ପରିଶ୍ରମର ଉତ୍ତମ ପଳାଫଳ ଆସିଥିବାରୁ ପିଲାମାନଙ୍କର ପିତାମାତା ଅତି ଆନନ୍ଦିତ ଅଛନ୍ତି ଓ ଏହି ଅବସରରେ କଲେଜେର ଚେୟାରମ୍ୟାନ୍ ସିଏ. ଶ୍ରିକାନ୍ତ ଶର୍ମା ପୁଣି ଅଧକ୍ଷ୍ୟା ଡ. ମନସ୍ମିତା ମିଶ୍ର ଖୁସି ପ୍ରକାଶ କରି ପିଲାମାନଙ୍କର ଉତ୍ତମ ଭବିଷ୍ୟତ ନିମନ୍ତେ ଶୁଭାକାମନା କରିଛନ୍ତି । ବିଗତ ୯ ବର୍ଷ ସଫଳତା ଦେଖି ଆଶା କରାଯାଏ ଆଗାମୀ ଦିନଗୁଡିକରେ ଏହି କଲେଜରୁ ଆନେକେ ରାଜ୍ୟ ମାନ୍ୟତା ଛାତ୍ରଛାତ୍ରୀ ବାହାରିବେ ଓ ବଲାଙ୍ଗିରର ଗୌରବ ଆଣିବେ । ଏହି ବର୍ଷ ବିଜ୍ଞାନ ଷ୍ଟ୍ରିମ ମଧ୍ୟ ଆରମ୍ଭ ହୋଇଥିବାରୁ ଆଗାମି ବର୍ଷ ତିନୋଟି ଷ୍ଟ୍ରିମରେ ମଧ୍ୟ ଶତପ୍ରତିଶତ ସଫଳତା ହାସଲର ଆଶା କରାଯାଏ ।

Leave A Reply

Your email address will not be published.