jayashree

୧୮୯ ବାଟାଲିୟନ ସିଅର୍‌ପିଏଫ ତରଫରୁ ହରିଶଙ୍କର ପରିସରରେ ସଫେଇ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟରେ ଆଇନ ବ୍ୟବସ୍ଥା ବଜାୟ ରଖିବା ଏବଂ ଜନସାଧାରଣଙ୍କ ସୁରକ୍ଷା ହେତୁ ୧୮୯ ବାଟାଲିୟନ ସିଆର୍‌ପିଏଫ ନିଜ ଡିଉଟି ସହିତ ଦେଶକୁ ସ୍ୱଚ୍ଛ ରଖିବା ଦିଗରେ ମଧ୍ୟ ନିଜର ଅମୁଲ୍ୟ ଯୋଗଦାନ ଦେଉଛନ୍ତି । ଏହି କ୍ରମରେ ପବନ କୁମାର ତିବାରୀ, କମାଣ୍ଡେଣ୍ଟ ୧୮୯ ବାଟାଲିୟନର ପଥ ପ୍ରଦର୍ଶନରେ ଡୀ/୧୮୯ ବାଟାଲିୟନ ଏବଂ ବୀ/୧୮୯ ବାଟାଲିୟନର ସହାୟକ କମାଣ୍ଡେଣ୍ଟ ଓମ୍‌ପ୍ରକାଶ ୟାଦବ, ସହାୟକ କମାଣ୍ଡେଣ୍ଟ ଲଖବିନ୍ଧର ସିଂହ, ନିରୀକ୍ଷକ ଶଙ୍କର ସିଂହ ଏବଂ ସମସ୍ତ ଜବାନମାନଙ୍କ ସହ ମିଶି ବଲାଙ୍ଗିର ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ହରିଶଙ୍କର ମନ୍ଦିର ପ୍ରଙ୍ଗଣର ଚାରିପଟେ ସଫେଇ ଅଭିଯାନ ଚଲାଇଥିଲେ । ଏହି ଅଭିଯାନରେ ଓମ୍‌ପ୍ରକାଶ ୟାଦବ ସହାୟକ କମାଣ୍ଡେଣ୍ଟ ଜନମାନସକୁ ସମ୍ବର୍ଦ୍ଧିତ କରି କହିଥିଲେ ଯେ, ଆମେ ଆମ ଦେଶକୁ ସ୍ୱଚ୍ଛ ଏବଂ ସବୁଜ ସୁନ୍ଦର ବନାଇ ଦେବାକୁ ହେବ । ଏହା ସହିତ କହିଥିଲେ ଆମକୁ ସାର୍ବଜନୀନ ସ୍ଥାନମାନଙ୍କରେ ସଫେଇ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ‘ସ୍ୱଚ୍ଛତାରେ ହିଁ ଭଗବାନ ଅଛନ୍ତି’ ବୋଲି ନାରା ଦେଇଥିଲେ । ଏହି ସଫେଇ ଅଭିଯାନରେ ଗୁପ୍ତେଶ୍ୱର ପ୍ରବନ୍ଧକ, ହରିଶଙ୍କର ମନ୍ଦିର ଓ ସୁରେଶ ପୂଝାରୀ, ଗ୍ରାମ ପ୍ରଧାନ, ଗ୍ରାମ ନନ୍ଦୁପଲା ଏବଂ ଅନ୍ୟ ମାନ୍ୟଗନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.