oom

ଗାନ୍ଧୀ ଜୟନ୍ତୀ ଅବସରରେ ହସପିଟାଲ ପରିସର ସଫେଇ

jsmm

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରୋଟାରୀ କ୍ଲବ ଛତ୍ରପୁର ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସଫେଇ କାର୍ଯ୍ୟ କରାଯିବା ସହ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧୀକ୍ଷକ ଡା. ସୁଦର୍ଶନ ସାହୁଙ୍କ ସହ ସମସ୍ତ ଡାକ୍ତରୀ-କର୍ମଚାରୀ ଓ ରୋଟାରୀ କ୍ଲବର ସଦସ୍ୟ ମଣ୍ଡଳୀ ଉଭୟ ପୁରୁଷ ଓ ମହିଳା ହସ୍ପିଟାଲ ପରିସର ସମ୍ପୂର୍ଣ୍ଣ ସଫେଇ କରିଥିଲେ । ରୋଟାରୀ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ନେତୃତ୍ବରେ ସମ୍ପାଦିକା ସାଗରିକା ସାମନ୍ତରାୟ, ରୋଟାରୀଆନ ପ୍ରଫୁଲ ପଟ୍ଟନାୟକ, ଏମ୍. ଧନଞ୍ଜୟ ରେଡ୍ଡୀ, ପ୍ରସନ୍ନ ପତି, ନିରୋଦ ନାୟକ, ସୁରଜିତ ସାମନ୍ତରାୟ, ହସ୍ପିଟାଲ ମେନେଜର ସନ୍ତୋଷ ପଣ୍ଡା, କାର୍ଯ୍ୟକ୍ରମରେ ସାମିଲ ହୋଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.