ଗାନ୍ଧୀ ଜୟନ୍ତୀ ଉପଲେକ୍ଷ ଯୁବ ଗୋଷ୍ଠୀ ଓ ବରିଷ୍ଠ ନାଗରିକଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଳକ ଖରମୁଣ୍ଡା ଠାରେ ସଚେତନ ଯୁବ ଗୋଷ୍ଠୀ ଓ ବରିଷ୍ଠ ନାଗରିକଙ୍କ ଦ୍ବାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବେଡା ଝାଙ୍କର୍, ନାରାୟଣ ଖମାରୀ, ବିପିନ୍ ପଧାନ, ମନୋଜ ରଣା, ମହେନ୍ଦ୍ର ସାହୁ, ଅନୀଲ ଖମାରୀ, ଅରବିନ୍ଦ ପାଣ୍ଡେ, ସୁବ୍ରତ ଖମାରୀ, ପ୍ରସନ୍ନ ବାରିକ୍, ପ୍ରମୋଦ ରଣା, କୁଳ ଖୁର୍ଡିଆ, ସୁନୀଲ ଗର୍ତିଆ, ଅମନ୍ ଭୁଏ, ଅଶ୍ୱିନୀ ରଣା, ଗଦନ ବାରିକ୍, ନିରୋଜ ପାଣ୍ଡେ, ଶେଷଦେବ ଭୁଏ, ସରବିନ୍ଦ ପାଣ୍ଡେ, ଗଣେଷ ଭୁଏ, କୁଶ ରାଉତ୍, ଅଶ୍ୱିନୀ ଖମାରୀ ଓ ଅକ୍ଷୟ ରଣାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ସଫେଇ କାର୍ଯ୍ୟକ୍ରମ ଗ୍ରାମର ପୋଖରୀ ରାସ୍ତାରେ କରାଯାଇଥିଲା । ଜାତିର ପିତାଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ହୋଇଥିବା ସଫେଇ କାର୍ଯ୍ୟକ୍ରମ ପାଇଁ ଗ୍ରାମବାସୀ ମାନେ ଯୁବକଙ୍କୁ ପ୍ରଶଂସା କରିଥିଲେ ।

jittmm
Leave A Reply

Your email address will not be published.