
ବଲାଙ୍ଗିର, (କେପିଏନ୍ଏସ୍) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ରାଧାଶ୍ୟାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୯ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧୩ ଜଣ ପ୍ରଥମ ଶ୍ରେଣୀ, ୧୪ଜଣ ଦ୍ୱିତୀୟ ଶ୍ରେଣୀ ଓ ୩୨ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରୀ ପ୍ରୀତିମୟୀ ପଣ୍ଡା ସର୍ବାଧିକ ୫୦୨ମାର୍କ ରଖି ବିଦ୍ୟାଳୟର ଟପ୍ପର ହୋଇଥିବା ବେଳେ ପ୍ରତିଜ୍ଞା ତ୍ରିପାଠୀ ୪୮୪ ମାର୍କ ରଖି ଦ୍ୱିତୀୟ ଓ ଜ୍ୟୋତିର୍ମୟୀ ମାଝୀ ୪୮୧ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି । କୃତୀ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟକ୍ଷ ପୁରୁଷୋତ୍ତମ ଭଞ୍ଜଙ୍କ ସମେତ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀ ଶୁଭେଛା ଜଣାଇଛନ୍ତି ।