oom

ପାଇକମାଲ ପୁଲିସକୁ ବଡ଼ ସଫଳତା : ଦୁଇ ଅଭିଯୁକ୍ତ ଗିରଫ ସହ ଟ୍ରାକ୍ଟର, ୟାମ୍‌ହା ବାଇକ୍‌, ବଜାଜ ଡିସ୍କଭର, ଟାଟା ମେଜିକ ଓ କଲଟିଭେର ଉଦ୍ଧାର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପୁଲିସକୁ ମିଳିଛି ବଡ଼ ସଫଳତା । ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଚୋରି କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ପାଇକମାଲର ଏଏସ୍‌ଆଇ ବିକେ କାନ୍ଧଧର, ଓଏସ୍‌ଆଇ ପିକେ ଖୁଆସଙ୍କ ନେତୃତ୍ୱରେ ପେଟ୍ରୋଲିଂ ବେଳେ ଏକ ନମ୍ବର ବିହୀନ ସୋନାଲିକା ଟ୍ରାକ୍ଟର, ୟମ୍‌ହା ଆର୍‌ଏମ୍‌ ୧୫ ନଂ ଓଡି ୨୬ ଏଫ୍ ୬୨୭୧, ବଜାଜ ଡିସ୍କଭର ନଂ ଓଡି ୨୬ ୦୫୯୭, ଗୋଟିଏ କଟର ମେସିନ ଏବଂ ଟାଟା ଏସି ମେଗା ଏକ୍ସଲ ଗାଡ଼ି ଜବତ କରିଥିଲେ । ପାଇକମାଲ ଥାନା କେସ ନଂ ୧୯୦ ୟୁଏସ୍‌, ୩୭୯, ୪୧୧, ୩୪ ଆଇପିସିରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଗଣପତ ଦନସେନା(୨୮) ବିଷ୍ଣୁ ଦନସେନା (୨୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.