ପଦ୍ମପୁର, (ନିରୋଜ କୁମାର ପାଣୀ) : ପୋଲିସ କବଜାରେ ଲୁଟେରା । ଜନତାଙ୍କ ସହଯୋଗରେ ପୋଲିସ ହାତରେ ଧରା ପଡ଼ିଛନ୍ତି ଲୁଟେରା । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ କଣ୍ଟାଝୁଡା ଗ୍ରାମର ରାହୁଲ ସାହୁ ଗତ ରବିବାର ଗାଇସିଲେଟ ପେଟ୍ରୋଲ ପମ୍ପକୁ ତେଲ ଆଣିବା ପାଇଁ ଆସିଥିବା ସମୟରେ ଦିନ ୨ଟା ବେଳେ ବସଷ୍ଟାଣ୍ଡ ଠାରୁ ଅଳ୍ପ ଦୂରରେ ଓମ ମୋବାଇଲ ଦୋକାନ ନିକଟରେ ହଡାତ୍ ୨ ଜଣ ବାଇକ୍ରେ ଆସି ରାହୁଲଙ୍କୁ ପିଷ୍ଟଲ ଦେଖାଇ ମାରପିଟ୍ କରି ତାଙ୍କଠାରୁ ଲୁଟ୍ କରିଥିଲେ । ଫଳରେ ଭୟଭୀତ ହୋଇ ରାହୁଲ ଜୋରରେ ପାଟି କରି ଲୋକମାନଙ୍କୁ ଡାକିଥିଲେ । ଲୋକମାନେ ଲୁଟେରାଙ୍କ ପିଛା କରି ଲେବଡି ନାଳ ପାଖରେ ସେମାନଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଆଇଆଇସି ବୀରବର ଭଗତଙ୍କ ନେତୃତ୍ୱରେ ଏସ୍ଆଇ ସୁରୁ ଧାରୁଆ, କନେଷ୍ଟବଳ ନିତ୍ୟାନନ୍ଦ ସେଠ୍, ବାବୁଲାଲ ସ୍ୱାଇଁ, ହୋମଗାର୍ଡ ବିପ୍ର ଭୋଇ ଘଟଣାସ୍ଥଳରେ ପହଞ୍ଚି ଦୁଇ ଲୁଟରାଙ୍କୁ କାବୁ କରିଥିଲେ । ସେମାନଙ୍କ ଠାରୁ ଏକ ବାଇକ୍, ଚାରି ହଜାର ଟଙ୍କା, ଗୋଟିଏ ପିଷ୍ଟଲ୍, ଦୁଇଟି ମୋବାଇଲ ଓ ଗୋଟିଏ ପେଟ୍ରୋଲ ଜାର ଜବତ କରିବା ସହ ଲୁଟ୍ କରିବା ଓ ବେଆଇନ ହତିଆର ରଖିବା ମାମଲା ଦାୟର କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

Next Post