oom

କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁରର ଉଭୟ ଦଶମ ଓ ଦ୍ଵାଦଶ ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ସଫଳତା

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସର୍ବଭାରତୀୟ ସ୍ତରରେ ସିବିଏସ୍‌ଇ ବୋର୍ଡ ପରୀକ୍ଷାର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ବହାରିଛି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ଉଭୟ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ ସହିତ ସୁନାମ ବଜାୟ ରଖିବାରେ ସକ୍ଷମ ହୋଇଛି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ ୩୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଉପରେ ୬ ଜଣ, ୮୦ ରୁ ୯୦ ପ୍ରତିଶତ ମଧ୍ୟରେ ୫ ଜଣ ଏବଂ ୭୦ ରୁ ୮୦ ପ୍ରତିଶତ ମଧ୍ୟରେ ୧୫ ଜଣ ନମ୍ବର ରଖିଛନ୍ତି । ନଟବର ପ୍ରଧାନ ୯୫.୬ % ସହିତ ପ୍ରଥମ ସ୍ଥାନ, ସ୍ମୃତି ସଞ୍ଚିତା ପଧାନ ୯୪.୬ % ସହିତ ଦ୍ଵିତୀୟ, ଜ୍ୟୋତି ରଞ୍ଜନ ପାଣ୍ଡେ ୯୩.୮ % ସହିତ ତୃତୀୟ, ବି ଶୈଳେଶ ୯୨.୮% ସହିତ ଚତୁର୍ଥ ଏବଂ ଶିଭାଙ୍ଗୀ ସାହୁ ୯୨.୪ % ସହିତ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦଶମ ବୋର୍ଡ ପରୀକ୍ଷାରେ ସମସ୍ତ ୩୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସାନିଆ ବାଗ ୯୪.୪%, ଓମକାର ନନ୍ଦ ୯୩.୬% ଏବଂ ସ୍ନେହା ସ୍ମୃତି ମେହେର ୯୩% ମାର୍କ ରଖି ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଆଜି କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ସରଭଙ୍ଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଖୁସିର ମୁହୂର୍ତ୍ତରେ ବିଦ୍ୟାଳୟର ମ୍ୟାନେଜିଂ କମିଟ ଅଧ୍ୟକ୍ଷ ଜିଲ୍ଲାପାଳ ସୁବର୍ଣ୍ଣପୁର, ଅବୋଲି ସୁନୀଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଡେପୁଟି କମିଶନର କେନ୍ଦ୍ରୀୟ ବିଦ୍ୟାଳୟ ଡଃ ହରନ ବୋଷ ଏବଂ ଏଠାକାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାସହିତ ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କ ପିତାମାତାମାନଙ୍କୁ ମଧ୍ୟ ସାଧୁବାଦ ଜଣାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟାପିକା ପୁନମ୍ ପଟେଲ, ଲାଇବ୍ରେରୀଆନ୍ ଶିବ ଭୋଇଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.