୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି ।ପୃଥ୍ୱୀରାଜ ସାହୁ ସ୍ଥାନୀୟ ସଭାପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରି ପ୍ୟାରେଡ଼ରେ ଅଭିଭାଦନ ଗ୍ରହଣ କରିଥିଲେ । ଚୈତନ୍ୟ ଭୋଇ ଗୁରୁଜୀ ସ୍ୱାଗତ ଭାଷଣ ଦେଇଥିଲେ ଓ କଲ୍ୟାଣୀ ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶିଶୁ ମନ୍ଦିର ବିଭାଗରେ ଜନକଲାଲ ମେହେର ସମ୍ପାଦକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ପତାକା ଉତ୍ତୋଳନ କରି ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ ପୂର୍ବକ ଉପସ୍ଥିତ ଅଭିଭାବକ ଅଭିଭାବିକା ତଥା ଶିଶୁମାନଙ୍କୁ ସାଧାରଣତନ୍ତ୍ର ଦିବସର ମହତ୍ତ୍ଵ ପ୍ରତିପାଦନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଚିତ୍ରା ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ ସୁଶ୍ରୀ ମିନତି ପଟ୍ଟନାୟକ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.