lika

ସଚେତନ ନାଗରିକ ମଞ୍ଚ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

gbag

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ସେକ୍ଟର ୫ ଆମ୍ଭାଗାନ ନିକଟସ୍ଥ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ଜଟାଧାରି ମାଝୀଙ୍କ ସଂଯୋଜନାରେ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ ପୀତବାସ ମିଶ୍ର ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସାଧାରଣ ସଂପାଦକ ପି.ପି.ରାୟ ଅସୁସ୍ଥତା ଯୋଗୁଁ ଉପସ୍ଥିତ ହୋଇପାରି ନଥିବାରୁ ତାଙ୍କ ବାର୍ତ୍ତା ପଠନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଜଗବନ୍ଧୁ ଜେନା, ଡଃ ସୁମନ ଦତ୍ତ, ଡଃ ବସନ୍ତ କୁମାର ଦାସ, ଉପେନ୍ଦ୍ର ନାୟକ, ହରିହର ବେହେରା, ରଞ୍ଜନ ଲେଙ୍କା, କୁଞ୍ଜବିହାରୀ ରାଉତ, ରାଜକିଶୋର ମିଶ୍ର, ରମେଶ ସେଠୀ, ରମେଶ ମହାନ୍ତି, ସୁବ୍ରତ ମଲ୍ଲିକ, ଚକ୍ରାନ୍ତ ଜେନା, ସଂଜୀବ କୁମାର ମହାନ୍ତି, ପିତାମ୍ବର ଲେଙ୍କା, ପ୍ରଭାତ କୁମାର ମହାନ୍ତି ଅନ୍ତର୍ଯ୍ୟାମୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

sandip
Leave A Reply

Your email address will not be published.