
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମିଡିଆ କ୍ଲବ ଠାରେ ମୁଖ୍ୟ ଉପଦେଷ୍ଟା ଡଃ ପୀତବାସ ମିଶ୍ରଙ୍କ ପୌରହିତ୍ୟ ଓ ସାଧାରଣ ସଂପାଦକ ବିବେକାନନ୍ଦ ଦାସଙ୍କ ଆବାହକତ୍ୱ ଓ ସଂଯୋଜନାରେ ୭୩ତମ ସାଧାରଣତନ୍ତ୍ର ଦିବସ କରୋନା କଟକଣା ଅନୁଯାୟୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆରଏସପିର ପ୍ରାକ୍ତନ ମହାପ୍ରବନ୍ଧକ ନାରାୟଣ ପତି, ସମାଜସେବୀ ହରିହର ରାଉତରାୟ, ମାନବାଧିକାର କର୍ମୀ କୁମାର ବେହେରା, ଆରଏସପିର ମହାପ୍ରବନ୍ଧକ ଅବକାଶ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ବକ୍ତବ୍ୟରେ କହିଥିଲେ ଯେ ଆଜିର ସମୟରେ ମିଡିଆର ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ । ସଂପ୍ରତି ଆମେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇଥିବା ବେଳେ ସେଥିରୁ ଆମେ କିପରି ମୁକୁଳିବା ଓ ଗଣତନ୍ତ୍ର ପ୍ରକ୍ରିୟାକୁ କିପରି ବଜାୟ ରଖିବା ତାହା ଏବେ ବଡ ଆହ୍ୱାନ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା ଅନ୍ୟାନ୍ୟ ମୌଳିକ ସୁବିଧା କିପରି ସାଧାରଣ ଜନତାକୁ ଉପଲବ୍ଧ ହୋଇପାରିବ ସେଥିପାଇଁ ସାମ୍ବାଦିକମାନେ ନିଜ ଲେଖନୀ ମାଧ୍ୟମରେ ରୂପଦେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଗୁରୁ ଶରତଚନ୍ଦ୍ର ପଣ୍ଡା ‘ଜନ୍ମଭୂମି’ ନାମରେ ଏକ ସଂଗୀତ ଗାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ନିରଞ୍ଜନ ଦାସ, ଜଟାଧାରି ମାଝୀ, କୁଂଜବିହାରୀ ରାଉତ, ଉମେଶ ସିଂ, ଡଃ ସୁବାସ ଲେଙ୍କା, ଅକ୍ଷୟ ଧଳ, ଅମର ବର୍ମା, ସୁନିଲ କୁମାର ପଟ୍ଟନାୟକ, ବୁଲୁ ସିଂହ, ମୀରା ଦାସ, ରମେଶ ବଳ, ରିତିକା ମହାକୁଡ, ଇଶାରାଣୀ ମହାକୁଡ, ରବି ମହାନ୍ତି, ଫକୀର ମୋହନ ପାଣି, ସୁନିଲ କାୟଲ, ଶଙ୍କର ଜେନା, ଜଗନ୍ନାଥ ମାହାତୋ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପଦେଷ୍ଟା ଡଃ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।