oom

ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥଙ୍କୁ ସଂଘର ଉପସଭାପତି ସର୍ବେରାମ ପଟେଲ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନାଗରିକ କମିଟିର ସଭାପତି ବେଲାର ସିଂ ଭୋଇ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିଥିଲେ । ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ ସଂଘର ସମସ୍ତ ସଦସ୍ୟଙ୍କୁ ଏକତା ମାଧ୍ୟମରେ ଆଗାମୀ ଦିନରେ ସମସ୍ତେ ଏକଜୁଟ ହୋଇ ସଂଘର ବିଭିନ୍ନ ସମସ୍ୟା ଉପରେ ସରକାରଙ୍କୁ ଅବଗତ କରାଇବା ସମ୍ପର୍କରେ ତାଙ୍କ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ତଥା ସଂଘର ସମସ୍ତ ସଦସ୍ୟ ବଲାଙ୍ଗିର ଜିଲ୍ଲାର ପାଞ୍ଚଜଣ ସହିଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଏବଂ ଦୀପଦାନ କରିଥିଲେ । ଏହି ଉତ୍ସବରେ ସଂଘର କୋଷାଧ୍ୟକ୍ଷ ଘାସିରାମ ବେହେରା ସଂଯୋଜକ ନବକୃଷ୍ଣ ପଟେଲ, କୃଷ୍ଣଚନ୍ଦ୍ର ପରମଗୁରୁ, ପ୍ରମୋଦ ବାବୁ, ମହେନ୍ଦ୍ର ପଣ୍ଡା, ନୀଳମଣି ହାତୀ, ସୁନୀଲ ମାଝୀ, ମନୋଜ ପ୍ରଧାନ, ଶାନ୍ତନୁ ସାହୁ, ଜିତେନ୍ଦ୍ର ସାହୁ, ସାନନ୍ଦ ଭୋଇ, ନୀଳକଣ୍ଠ ପାଢ଼ୀ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ପ୍ରଦୀପ ଖମାରୀ, ସମାଜସେବୀ ହୁସେନ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.