ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଭାଗୃହରେ ମଙ୍ଗଳବାର ଆଗାମୀ ଜାନୁୟାରୀ ୨୬ର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଏସ୍ଏସ୍ଓ ରିଙ୍କୁ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସାଧାରଣତନ୍ତ୍ର ଦିବସକୁ ମହାଆଡମ୍ବର ସହକାରେ ପାଳନ କରିବା ପାଇଁ ବିସ୍ତୃତ ରୂପେ ଆଲୋଚନା କରାଯାଇଥିଲା । ସେହିଦିନ ସକାଳୁ ପ୍ରଭାତ ଫେରି, ରାମଧୁନ ଗାନ, ନିଜ ନିଜ କାର୍ଯ୍ୟାଳୟ, ସ୍କୁଲରେ ପତାକା ଉତ୍ତୋଳନ ପରେ ପଂଚାୟତ ହାଇସ୍କୁଲ ଖେଳ ପଡିଆରେ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଅତିଥିଙ୍କ ଦ୍ଵାରା ସମବେତ ପ୍ୟାରେଡ ଅଭିବାଦନ ଗ୍ରହଣ କରିସାରିବା ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ବ୍ଲକସ୍ତରୀୟ ଉତ୍ସବରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ଯେମିତି ନିଶ୍ଚିତ ଭାବେ ଯୋଗଦେଇ ପୁରସ୍କାର ଗ୍ରହଣ କରିବେ ଏହାକୁ ସୁନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା । ଜିଲ୍ଲାସ୍ତରରେ ଚମ୍ପିୟାନ ହୋଇଥିବା ବ୍ଲକ ଖୋ-ଖୋ, କବାଡି ଓ ଅନ୍ୟାନ୍ୟ ଦଳକୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ, ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନି ହାତୀ, ଥାନା ଆଇଆଇସି ସିପୋରା ସରାୟା ଲୁଗୁନ, ଆକାଉଣ୍ଟସ୍ ଅଫିସର ଘେନୁରାମ ତାଣ୍ଡି, ଯୁକ୍ତଦୁଇ ଜୁନିୟର କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ, ବରିଷ୍ଠ ଅଧ୍ୟାପକ ହୃଦାନନ୍ଦ ପୁହାଣ, ଏବିଇଓ ହୀରା ସିଂ ମାଝୀ, ସିଡ଼ିପିଓ ସୁପ୍ରଭା ମହାପାତ୍ର, ସୁପରଭାଇଜର ବାସନ୍ତୀ ଭୋଇ, ବ୍ଲକ ପିଏ ଆଦିତ୍ୟ ପ୍ରସାଦ ହୋତା, ମୁଖ୍ୟ ଆଗ୍ନୀକ ଅମ୍ବରିଶ ପଧାନ, ଯୋଗାଣ ନୀରିକ୍ଷକ ଅବିନାଶ ବିଶି, ଡବ୍ଲୁଇଓ ଭୀମରାମ ମାଝୀ, ରାଜ ସିଂ ବାବୁ, ସମାଜସେବୀ ଅଗସ୍ତି ବଘାରଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ, ଖେଳ ଶିକ୍ଷକ, ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଏସ୍ଏସ୍ଓ ରିଙ୍କୁ ମେହେର ଶେଷରେ ଧନ୍ୟବାଦ ଦେଇଥିଲେ ।
Next Post