ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ରେଲଷ୍ଟେସନ ନିକଟସ୍ଥ ସଂଘୀୟ କାର୍ଯ୍ୟାଲୟରେ ଆଜି ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ପରିଷଦ ସଭା ସମ୍ପାଦକ ହରେକୃଷ୍ଣ ରଥଙ୍କର ଆବାହନ କ୍ରମେ ଓ ଶାନ୍ତିଲତା ସାହୁଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବରୁ ଥିବା ଅସ୍ଥାୟୀ କମିଟିକୁ ଆସିଦ୍ଧ ଘୋଷଣା କରାଯାଇ ସାଙ୍ଗଠନିକ ନିର୍ବାଚନ ଘୋଷଣା କରାଗଲା । ଏଥିପାଇଁ ପରାମର୍ଶଦାତା ସୁଚିତ୍ର ସୁନାଙ୍କ ଅଧ୍ୟକ୍ଷତାରେ ଏକ ନିର୍ବାଚନ କମିଟି ଗଠନ କରାଗଲା । ଏଥିରେ ୩ଟି ଆଞ୍ଚଳିକ ସମ୍ପାଦକ ସହ ପ୍ରତି ବ୍ଲକର ସମ୍ପାଦକ ରହିଲେ । ଆଗାମୀ ୨୪ ଅପ୍ରେଲ ଦିନ ତୁଷୁରା ଠାରେ ଦ୍ଵିତୀୟ ବୈଠକ ହେବା ପାଇଁ ସ୍ଥିର କରାଗଲା ।