ଜିଲ୍ଲା ବ୍ରାହ୍ମଣ ମହାସଭାର ତୈୟମାସିକ ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ସାଧାରଣ ବୈଠକ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀଙ୍କ ସଭାପତିତ୍ୱରେ ଶ୍ରୀନୃସିଂହ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ, ତାହା ସର୍ବସମ୍ମତି କ୍ରମେ ଅନୁମୋଦନ ଲାଭ କରିଥିଲା । ଆଗାମୀ ତା.୧୬.୦୩.୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ନିଶୁଳ୍କ ସାମୁହିକ ବ୍ରତ ଉପରେ ସବିସ୍ତୃତ ଆଲୋଚନା ହୋଇ ସହରର ବିଭିନ୍ନ ସମାଜ ବର୍ଗ ଓ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଏହି ପବିତ୍ର କାର୍ଯ୍ୟରେ ସାମିଲ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ବ୍ରତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ କରିବା ପାଇଁ ବିଭିନ୍ନ କମିଟି ଗୁଡିକ ଗଠନ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତଗତ ତଥ୍ୟ ଅନୁସାରେ ପ୍ରାୟ ୧୫ ଜଣ ବଟୁଧାରୀଙ୍କର ସାମୁହିକ ବ୍ରତରେ ସାମିଲ ହେବାର ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲା ବୈଦିକ କର୍ମକାଣ୍ଡି ପଣ୍ଡିତ ମହାସଂଘ ସମ୍ପୂର୍ଣ୍ଣ ବ୍ରତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସ୍ୱଇଚ୍ଛାରେ ମତପ୍ରକାଶ କରିଛନ୍ତି । ଏପରି ମହାନ କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲ ବ୍ରାହ୍ମଣ ମହାସଭା ତରଫରୁ କୃତଜ୍ଞତା ପ୍ରକାଶ କରାଯାଇଛି । ଆସନ୍ତା ପର୍ଶୁରାମ ଜୟନ୍ତୀ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରି କିପରି ଏକ ବିରାଟ ସମାବେଶ କରାଯାଇ ଭଗବାନ ଶ୍ରୀ ପର୍ଶୁରାମ ମୂର୍ତ୍ତି ସ୍ଥାପନ ଓ ଉଦ୍‌ଘାଟନ କରାଯିବ, ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ସମ୍ପାଦକଙ୍କ ସୂଚନା ମୁତାବକ ଜିଲ୍ଲା ପ୍ରଶାସନ ଓ ବଲାଙ୍ଗିର ପୌର ପରିଷଦର ଆକୁଣ୍ଠ ସହଯୋଗକୁ ମଧ୍ୟ ଭୂୟସୀ ପ୍ରଶଂସା କରାଯାଇଥିଲା । ଉପରୋକ୍ତ ବୈଠକରେ ବହୁ ସଂଖ୍ୟାରେ ସଭ୍ୟସଭ୍ୟା ଯୋଗଦାନ କରିଥିଲେ ।

Leave A Reply

Your email address will not be published.