ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକରେ ଯୋଗଦେଲେ ଏସ୍‌ପି ରିଷିକେଶ ଖିଲାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବଲାଙ୍ଗିର ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ ଯୋଗ ଦେଇଥିଲେ । ଏହି ଅବସରରେ ସାଇବର କ୍ରାଇମ ଉପରେ ଆଲୋଚନା ହୋଇଥିଲା । ଏସ୍‌ପି କହିଥିଲେ ଯେ, ବର୍ତ୍ତମାନ ସମୟରେ ସାଇବର ଠକମାନେ ବରିଷ୍ଠ ନାଗରିକ ମାନଙ୍କୁ ବେଶୀ ଟାର୍ଗେଟ କରୁଛନ୍ତି । ତେଣୁକରି ମୋବାଇଲ ଫୋନରେ ଯେ, କୌଣସି ଲୋଭନୀୟ ଅଫର୍ କିମ୍ବା କିଛି ଓଟିପି ମାଗିଲେ ତାକୁ କାହାକୁ ଦେବା ଉଚିତ ନୁହେଁ ବୋଲି କହିଥିଲେ । ସଭା ପରେ ନାଗରିକ କମିଟିର ସଦସ୍ୟ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି ପରିଚୟ ପତ୍ର ଦେଖାଇ ସେମାନେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗର ଲାଭ ଉଠାଇ ପାରିବେ ବୋଲି ଏସ୍‌ପି ସୂଚନା ଦେଇଥିଲେ ।

Leave A Reply

Your email address will not be published.