om academy

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ଅଧିବେଶନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ୍‌ ଉଚ୍ଚ ବାଳିକା ବିଦ୍ୟାଳୟରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ସଭା ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଂଘର ସଭ୍ୟ ସ୍ୱର୍ଗତ ମାଲିଆ ଗଡୁଆଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଗଲା । ପରେ ସାଧାରଣ ସଂପାଦକ ଦିବାକର ହୋତା ସଂପାଦକୀୟ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ଅଶୋକ କୁମାର ଚାନ୍ଦ ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ । ଉକ୍ତ ଅଧିବେଶନରେ ଗୌର ପୁରୋହିତ, ଗୋପବନ୍ଧୁ ପୁରୋହିତ, ଶିବ ନାରାୟଣ ରଥ, ଋତୁରାଜ ସିଂହ, ପ୍ରଭାକର ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଅଧିବେଶନରେ ୩୩ ଜଣ ନୁଆ ସଦସ୍ୟଙ୍କୁ ଗ୍ରହଣ କରାଯାଇଥିଲା । ଧର୍ମବ୍ରତ ରଥ ଓ ଓମ୍‌ ପ୍ରକାଶ ସାହୁ ସଭା ପରିଚାଳନାରେ ସାହାଯ୍ୟ କରିଥିଲେ । ନୂଆଦିଲ୍ଲୀ ଏବଂ ପ୍ରୟାଗରାଜକୁ ସିଧାସଳଖ ଟ୍ରେନ୍‌ ଚଳାଚଳ ବଲାଙ୍ଗିରରୁ ଭୁବନେଶ୍ୱର ସକାଳୁଆ ଟ୍ରେନ୍‌ ଚଳାଚଳ ବିଷୟରେ ରେଳ ବିଭାଗ ଦ୍ୱାରା ପଦକ୍ଷେପ ନିଆ ନଗଲେ ଭବିଷ୍ୟତରେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସ୍ଥିର ହେଲା । ସୋନପୁର ଠାରେ ପିଆଇଟି ଲାଇନ୍‌ କରିବା ପାଇଁ ଦାବିପତ୍ର ଦେବାକୁ ସ୍ଥିର କରାଗଲା । ଅମୃତ ଭାରତ ଷ୍ଟେସନ୍‌ରେ ହେଉଥିବା କାମ ତ୍ୱରାନ୍ୱିତ କରିବା ପାଇଁ ଚାପ ପ୍ରୟୋଗ ତଥା ଅନ୍ୟାନ୍ୟ ବିଷୟରେ ସାଂସଦମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ଥିର ହେଲା । ବର୍ତ୍ତମାନ ପାଇଁ ଷ୍ଟେସନ୍‌ ପରିସର ୨ ଏବଂ ୩ ନଂ. ପ୍ଲାଟର୍ଫମରେ ଶୌଚାଳୟ ଓ ସିକ୍ୟୁରିଟି ବ୍ୟବସ୍ଥା ପ୍ରଦାନ ପାଇଁ ଦାବି ହେଲା । ସଭାପତିଙ୍କ ବିବରଣୀ ପରେ ସହ-ସଂପାଦକ ହିତେଶ ସାହୁ ଧନ୍ୟବାଦ ଅର୍ପଣ କଲେ ।

Leave A Reply

Your email address will not be published.