om academy

କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ଭାଜପାର ବିରାଟ ନିର୍ବାଚନୀ ସାଧାରଣ ସଭା

jsm
  • ଆସାମ ମୁଖ୍ୟମନ୍ତ୍ରୀ, ଛତିଶଗଡ କେନ୍ଦ୍ରମନ୍ତ୍ରୀ ସହ ରାଜସ୍ଥାନର ବିଧାୟକ ଷ୍ଟାର୍‌ ପ୍ରଚାରକ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ଫୁଟ୍‌ବଲ୍‌ ଖେଳ ପଡିଆରେ ଭାଜପାର ବିରାଟ ନିର୍ବାଚନୀ ସଭା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ହେଲିକେପ୍ଟର ଯୋଗେ ଅସ୍ଥାୟୀ ହେଲିପେଡରେ ଦିନ ଗୋଟାଏ ବେଳେ ଅବତରଣ କରିଥିଲେ । ହେଲିକେପ୍ଟରରୁ ଓହ୍ଲାଇଲା ପରେ ପ୍ୟାଡରେ ଥିବା ଜନସାଧାରଣଙ୍କୁ ଭେଟି ସଭାସ୍ଥଳକୁ ଆସିଥିଲେ । ସଭାସ୍ଥଳରେ ପ୍ରଥମେ ଜୟ ଜଗନ୍ନାଥ ଜୟ ଶ୍ରୀରାମ ନାରା ଦେଇଥିଲେ । ଏହା ପରେ ସେ ଜନସାଧାରଣଙ୍କୁ କହିଥିଲେ ଆମ୍ଭେ ଜିତିସାରିଛୁ କେବଳ ଶପଥ ନେବାର ବାକି ଅଛି ଯାହା ଜୁନ ୧୦ ତାରିଖ ଦିନ ସଫଳ ହେବ ବୋଲି କହିଥିଲେ । ଏପରିକି ମୋଦିଜୀଙ୍କୁ ୭୦୦ ସିଟ୍‌ରେ ବିଜୟୀ କରିବାକୁ ହେବ । ଗତ ଥର ୩୦୦ ପାର୍‌ ଭାଜପା ଦେଇଥିଲା । ଯାହା ପ୍ରଥମେ କାଶ୍ମୀରରୁ ୩୭୦ ଧାରା ଏବଂ ପରବର୍ତ୍ତୀ ସମୟରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ କରିବାରେ ସଫଳ ହୋଇଛି । କଂଗ୍ରେସ ଜାଣିବାକୁ ଚାହୁଁଛି ୭୦୦ସିଟ୍‌ ବିଷୟରେ ଯାହା ମୋଦିଜୀଙ୍କ ସଂକଳ୍ପ ମଥୁରାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଭୂମିରେ ସାହି ଇଦଗାହ ଅଛି ସେଠାରେ ଶ୍ରୀକୃଷ୍ଣଙ୍କ ମନ୍ଦିର ନିର୍ମାଣ, କାଶୀର ଜ୍ଞାନଦୀପ ମନ୍ଦିରରେ ମସ୍‌ଜିଦ୍‌ ରହିଛି ସେଠାରେ ଜ୍ଞାନଦୀପ ମନ୍ଦିର ନିର୍ମାଣ ସହ ପାକ୍‌ ଅଧିକୃତ କାଶ୍ମୀରକୁ ଭାରତ ଅଧିନକୁ ଆଣିବା ଅଧୁରା ସ୍ୱପ୍ନକୁ ସାକାର କରିବାକୁ ହେବ । ଭାରତକୁ ବିଶ୍ୱର ଏକ ନମ୍ବର ଦେଶ କରିବାକୁ ହେଲେ ମୋଦିଜୀଙ୍କ ସଂକଳ୍ପକୁ ପୁରା କରିବାକୁ ହେବ ତେଣୁ ବଲାଙ୍ଗିର ମାଟିର ସାଂସଦ ପ୍ରାର୍ଥିନୀ ଶ୍ରୀମତୀ ସଙ୍ଗୀତା କୁମାର ସିଂହଦେଓ ବିପୁଳ ଭୋଟରେ ବିଜୟୀ କରିବାକୁ ହେବ ଏବଂ କଣ୍ଟାବାଞ୍ଜି ମାଟିର ଲକ୍ଷ୍ମଣ ବାଗଙ୍କୁ ମଧ୍ୟ ଆର୍ଶିବାଦ କରି ଯୋଡି ଫୁଲରେ ନିଜର ମତ ସାବ୍ୟସ୍ତ କରି ବିଜୟୀ କରିବାକୁ ହେବ । ଡବଲ୍‌ ଇଞ୍ଜିନ୍‌ର ସରକାର ହେଲେ ଦେଶ ଏବଂ ରାଜ୍ୟର ବିକାଶ ହେବ ବୋଲି କହିଥିଲେ । ଏପରିକି ୨୫ବର୍ଷର ଶାସନରେ ଅଂଚଳର ଲୋକେ ଦାଦନ ଖଟିବାକୁ ଯାଉଥିବା ବେଳେ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବହେଳିତ ହୋଇରହିଛନ୍ତି । ଓଡିଶା ଲୋକଙ୍କୁ ମୁକ୍ତି ଦେବାକୁ ହେଲେ ୨୫ ବର୍ଷର କୁଶାସନକୁ ଉପାଡି ଫିଙ୍ଗିଦେବାକୁ କହିଥିଲେ । ଓଡିଶାକୁ ବଂଚାଇବାକୁ ହେଲେ ନବୀନ ସରକାରକୁ ଗାଦିଚ୍ୟୁତ କରିବାକୁ ପଡିବ । ତେଣୁ ଗୋଟିଏ ଫୁଲ ଲକ୍ଷ୍ମୀଙ୍କ ପାଇଁ ଏବଂ ଗୋଟିଏ ଫୁଲ ଶ୍ରୀଜଗନ୍ନାଥଙ୍କୁ ଦେଇ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନରେ ଆର୍ଶିବାଦ କରିବାକୁ କହିଥିଲେ । ସେହିପରି ଛତିଶଗଡ ରାଜ୍ୟ କେନ୍ଦ୍ରମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ ମଧ୍ୟ ମୋଦି ସରକାରଙ୍କ ଗ୍ୟାରେଣ୍ଟି ଉପରେ ବକ୍ତବ୍ୟ ରଖି ମହତାରୀ ଯୋଜନାରେ ମହିଳାମାନଙ୍କୁ ୧୦୦୦ ଟଙ୍କା ଏବଂ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଲେଖାଏଁ ଭାଜପା ଗ୍ୟାରେଣ୍ଟି ଦେଉଛି ବୋଲି କହିଥିଲେ । ପୁଣି ରାଜସ୍ଥାନ ରାଜ୍ୟର ବିଧାୟକ ବିକ୍ରମ ଶେଖାୱତ ମଧ୍ୟ ଓଡିଶାର ନବୀନ ସରକାରଙ୍କ ୨୫ ବର୍ଷର ଶାସନ ଏବଂ ଅନ୍ୟ ରାଜ୍ୟର ଶାସନ ଉପରେ ତୁଲନା କରି ଓଡିଶାକୁ ୨୫ ବର୍ଷ ଧରି ଅପାରଗ ସରକାର ଚଳାଉଥିବା କହି ଯୋଡିଫୁଲରେ ଭୋଟ ଭିକ୍ଷା କରି ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ ହେଲେ ହିଁ ଅଂଚଳର ବିକାଶ ହେବ ବୋଲି କହିଥିଲେ । ସେହିପରି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ନିଜକୁ ଜଣେ ଗରିବ ୩ ଟଙ୍କାରେ ମଜୁରୀ କରି ଟ୍ରକ୍‌ ହେଲ୍‌ପର୍‌ରୁ ଆଜି ରାଜନୀତିରେ ଆସିଥିବା ବେଳେ ଭାଜପା ୩ ଥର ତାଙ୍କୁ ବିଶ୍ୱାସ କରି ପ୍ରାର୍ଥୀ କରିଛି । କଣ୍ଟାବାଞ୍ଜି ମାଟିର ଜଣେ ଗରିବ ପିଲା ବିଧାୟକ ହେବା ପାଇଁ ଅଂଚଳର ଜନସାଧାରଣଙ୍କ ଆର୍ଶିବାଦ ଥିବା ବେଳେ ଅଂଚଳର ଛବି ଦେଖି ନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଯାହା ଅଂଚଳର ବିକାଶ କଣ ଯାଣିବେ ସେ ନିଜର ପ୍ରାର୍ଥୀପତ୍ର ଦାଖଲ ବେଳେ କଣ୍ଟାବାଞ୍ଜି ମାଟିକୁ ଆସିଲେ ନାହିଁ କିମ୍ବା ସଭା ସମିତି କଲେ ନାହିଁ । ତାମିଲ ପାଣ୍ଡୁକୁ ପଠାଇ ଭୋଟ ଭିକ୍ଷା କରୁଛନ୍ତି ବୋଲି କହିଥିଲେ । ଆମେ ତ ଅଂଚଳର ଦୁଃଖ ସୁଖର ସାଥୀ ରହିବୁ କାଲିବି ରହିବୁ ହେଲେ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ମାଟିରେ ରହିବେ କି ଯାହା ପଦ୍ମପୁର ଏବଂ ବିଜେପୁର ତାର ଉଦାହରଣ ବୋଲି କହିଥିଲେ । ସେହିପରି ବଲାଙ୍ଗିର ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତି ଆମେ ଦୁଇ ଦୁଇ ଥର ଅନ୍ୟାୟ ସହିଲୁଣି ଗତ ୨୦୧୪ ନିର୍ବାଚନୀରେ ଭାଜପା ପ୍ରାର୍ଥୀଙ୍କୁ ମାଡମାରି ଗାଡି ଭାଙ୍ଗିଥିଲେ । ୨୦୧୯ ନିର୍ବାଚନୀରେ ଯେତେବେଳେ ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗ ବିଜୟ ଧ୍ୱଜା ଉଡାଇବାର ଥିଲା ସେତେବେଳେ ବିଜେଡି ଓ କଂଗ୍ରେସ ଉଭୟେ ମିଶି ଯାଇ ଭୋଟ ଚୋରାଇ ଥିଲେ । ଯେତେବେଳେ ପୁର୍ନବାର ଭାଜପାର ବହୁମତ ଆର୍ଶିବାଦ ରହିଛି ବିଜେଡିର ବିଧାୟକ ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇ ପ୍ରାର୍ଥୀ କରାଇଛନ୍ତି । ଅନ୍ୟପଟେ କଂଗ୍ରେସର ବିଧାୟକଙ୍କ ସମର୍ଥକ ତୁରେକେଲା ଓ ବଙ୍ଗୋମୁଣ୍ଡା ଅଧ୍ୟକ୍ଷା ବିଜେଡିରେ ସାମିଲ ହେବାରୁ ସେମାନଙ୍କୁ ଦୁର୍ନିତି ଖୋର ବୋଲି ଆକ୍ଷେପ କରିଛନ୍ତି । ଯଦି ସେମାନେ ଦୁର୍ନିତିଖୋର ତେବେ ଖୋଦ୍‌ ବିଧାୟକ କଣ ବୋଲି ପ୍ରଶ୍ନ କରିଛନ୍ତି ଶିବାଜୀ ମହାନ୍ତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ଥାନ ଏବଂ ଛତିଶଗଡର ଭାଜପା କର୍ମକର୍ତା ସହ କଣ୍ଟାବାଞ୍ଜି, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ ମଣ୍ଡଳ ସଭାପତି ଏବଂ କର୍ମକର୍ତା ମଂଚାସୀନ ଥିଲେ । ଏହି ସଭାରେ ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ ସାମିଲ୍‌ ଥିଲେ । ସଭାରେ ପୋଲିସ ପ୍ରଶାସନର କଡା ସୁରକ୍ଷା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଭାକୁ ଭାଜପା ଜିଲ୍ଲା ସଂପାଦକ ଶ୍ରୀବତ୍ସ ବେହେରା ପରିଚାଳନା କରିଥିଲେ ।

Leave A Reply

Your email address will not be published.