ବରିଷ୍ଠ ଓଏଏସ୍‌ ଶ୍ୟାମଭକ୍ତ ମିଶ୍ର ହେଲେ ଓପିଏସ୍‌ସି ସଦସ୍ୟ

ଭୁବନେଶ୍ୱର : ରାଜ୍ୟ ସରକାର ଶନିବାର ବରିଷ୍ଠ ଓଏଏସ୍‌ ଅଫିସର ଶ୍ୟାମଭକ୍ତ ମିଶ୍ରଙ୍କୁ ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବୟନିକାର ପରିଚାଳନା ନିର୍ଦ୍ଦେଶକ ଓ ରାଜ୍ୟ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ରଙ୍କୁ ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ତାଙ୍କ ଚାକିରି ସରିବାକୁ ଆହୁରି ୫ ମାସ ବାକି ଥିବା ବେଳେ ସରକାର ତାଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି ।

Leave A Reply

Your email address will not be published.