ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଅଧୀନରେ ଓଡ଼ିଶାର ସମସ୍ତ ଆପାର୍ଟମେଣ୍ଟ ଏବଂ ଗୋଷ୍ଠୀ ଗୃହ ଯୋଜନାକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ(ରେରା) ଏକ ଆଇନଗତ ସଂସ୍ଥା ଭାବେ ତିଆରି କରାଯାଇଛି । ରେରା ପ୍ରମୋଟର/ବିଲଡର ଏବଂ ଘର କ୍ରେତାଙ୍କ ମଧ୍ୟରେ ଅଭିଯୋଗ ଏବଂ ବିବାଦର ନିଷ୍ପତ୍ତି ନିଏ । ରେରା ଆଇନ ୨୦୧୬ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ପାଇଁ ଏକ ସମାଧାନ ସଂସ୍ଥାର ମଧ୍ୟ ବ୍ୟବସ୍ଥା କରେ । ଏହି କ୍ଷେତ୍ରରେ ବିପୁଳ ଅଭିଜ୍ଞତାକୁ ବିଚାର କରି ରେରା ରାଉରକେଲା ଇସ୍ପାତ କାରଖାନାର ପ୍ରାକ୍ତନ ମହାପ୍ରବନ୍ଧକ ତଥା ଭୁବନେଶ୍ୱର ବାସିନ୍ଦା ନାରାୟଣ ପତିଙ୍କୁ ସଦସ୍ୟ ଭାବରେ ନିଯୁକ୍ତ କରିଛି ବୋଲି ଜଣାପଡିଛି ।