om academy

ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକ ଅଚେତ ହୋଇ ରାଜ ପଥରେ ପଡ଼ିଥିଲେ । ଛତ୍ରପୁର ପୋଲିସ ପେଟ୍ରୋଲିଂ ସମୟରେ ଦେଖିବାକୁ ପାଇ ଉକ୍ତ ଯୁବକଙ୍କୁ ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଜି ସକାଳେ ଯୁବକର ସନ୍ଧାନ ମିଳିପାରିଥିଲା । ଯୁବକର ନାମ ତଥା ବାଇକ ଚାଳକ ଜି.ରାଜେନ୍ଦ୍ର ରେଡ୍ଡୀ, ଆଇଆର୍‌ଇ ଛକ ଘଡ଼ଘଡାପଲ୍ଲୀ ଗ୍ରାମର ବୋଲି ଜଣାପଡିଛି । ସେ ଛତ୍ରପୁର ବାଇପାସ ସ୍ଥିତ ବାୟା-ରେଷ୍ଟୁରାଣ୍ଟରେ କାମ କରୁଥିବା ଲୋକ ବୋଲି କୁହାଯାଏ । ବିଳମ୍ବିତ ରାତିରେ ସେ ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥ ସ୍ଥ ମା’ଉଜ୍ଵଲେଶ୍ୱରୀ ମନ୍ଦିର ଛକ ନିକଟରେ ସଡକ ଦୁର୍ଘଟଣା ଗ୍ରସ୍ତ ହୋଇ ପଡ଼ିଥିଲେ । ଆଜି ସକାଳେ ଆହତ ଯୁବକଙ୍କ ଘର ସମ୍ପର୍କୀୟ ଲୋକ ଆସିଥିଲେ । ଅବସ୍ଥା ଗୁରୁତ୍ତର ଥିବାରୁ ରାଜେନ୍ଦ୍ରଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଛି ବୋଲି ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ମିଡ଼ିଆକୁ ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.