oum

ସଡକ ସୁରକ୍ଷା ଜୀବନ ରକ୍ଷା

jsm

ସୁବଳୟା, (ପ୍ରଭୁଦତ୍ତ ରଥ) : ବୀରମହାରାଜପୁରର ସୁବଳୟାଠାରେ ଜୁନିଅର ରେଡକ୍ରସ ପକ୍ଷରୁ ଏକ ସଡକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଜୀବନକୁ ସୁରକ୍ଷିତ ରଖିବାକୁ ହେଲେ ସମସ୍ତଙ୍କୁ ସଡକ ସୁରକ୍ଷା ପ୍ରତି ଯଥେଷ୍ଟ ସତର୍କତା ହେବାକୁ ପଡିବ ବୋଲି ଏଥିରେ ଯୋଗଦାନ କରିଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସଡକ ସୁରକ୍ଷା ଜୀବନ ରକ୍ଷା ସଂପର୍କିତ ପ୍ଲାକାର୍ଡ ପ୍ରଦର୍ଶନ କରି ଏବଂ ସ୍ଲୋଗାନ ଦେଇ ସୁବଳୟା ମୁଖ୍ୟ ରସ୍ତାରେ ସଡକ ସୁରକ୍ଷା ପ୍ରତି ସଜାଗ ରହିବାକୁ ଜନସାଧାରଣଙ୍କୁ ସଚେତନ କରାଯାଇଅଛି । ମୁଖ୍ୟଅତିଥି ଭାବରେ ସୁବଳୟା ଥାନାଧିକାରୀ କୁଶ ପାଣୀଗ୍ରାହୀ ଓ ସମ୍ମାନୀତ ଅତିଥି ଭାବରେ ସବଇନ୍‌ସ୍ପେକ୍ଟର ଦିପ୍ତୀରଞ୍ଜନ ଦିଗାଲ ରାସ୍ତା ନିୟମ ମାନି ଯାନବାହନ ଚଳେଇବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । କାର୍ୟ୍ୟକ୍ରମକୁ ଜୁନିଅର ରେଡକ୍ରସ ସାଧନକର୍ମି ତଥା ପରାମର୍ଶଦାତା ଚନ୍ଦ୍ରମଣି ବାଘ ପରିଚାଳନା କରିଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ମୀନାକ୍ଷୀ ହୋତା ସ୍ୱାଗତ ଅଭିଭାଷଣ ଦେଇଥିଲେ । ବୀରମହାରାଜପୁର ବ୍ଲକ ସଂଯୋଜକ ବଳରାମ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ଭିଡିଓ କନଫେରେନସିଂ ମାଧ୍ୟମରେ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ବ୍ଲକର ପରାମର୍ଶଦାତା ମାନଙ୍କ ଏହି ମାନବୀୟ ସେବାକୁ ପ୍ରଶଂସା କରିଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପରାମର୍ଶଦାତା ରଞ୍ଜିତ ପଧାନ,ଉପେନ୍ଦ୍ର ସାହୁ, ବୈକୁଣ୍ଠ ନାଏକ ଏବଂ ପୁଲିସକର୍ମିମାନେ ମାସ ବ୍ୟାପି ଅନୁଷ୍ଠିତ ହେଉଥିବା ସଡକ ସୁରକ୍ଷା ସଚେତନତା କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.