ସଡକ ସୁରକ୍ଷା ସଚେତନତା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗର ଜୁନିୟର ରେଡକ୍ରସ ତରଫରୁ ସଡକ ସୁରକ୍ଷା ସଚେତନତା କାର୍ୟ୍ୟକ୍ରମ କୋଭିଡ-୧୯ ଗାଇଡ୍‌ ଲାଇନ୍‌ ଅନୁପାଳନ କରି ବିନା ରେଡକ୍ରସ ଜୁନିୟର ତଥା ଛାତ୍ରଛାତ୍ରୀରେ ପାଳନ କରାଯାଇଛି ।

ଜୁନିୟର ରେଡକ୍ରସ ପରାମର୍ଶଦାତା ରାମ ନାରାୟଣ ଦାଶ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ରାଜ୍ୟ ପୁରସ୍କାର ପ୍ରାପ୍ତ ସମାଜସେବୀ ଝସକେତନ ରଣା ଯୋଗଦାନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ ମେହେର କାର୍ୟ୍ୟକ୍ରମକୁ ଅନୁଷ୍ଠାନିକ ଭାବରେ ଶୁଭାରମ୍ଭ କଲାପରେ ସଡକ ସୁରକ୍ଷା ଜୀବନ ରକ୍ଷା ବିଭିନ୍ନ ସ୍ଲୋଗାନ ମାନ ଦେଇ ଜନସାଧାରଣଙ୍କୁ ସଚେତନତା କରାଇଥିଲେ । ଅନ୍ୟାନ୍ୟ ଅତିଥି ଭାବରେ ଧ୍ରୁବଚରଣ ରଣା, ସୁରେନ୍ଦ୍ର ରଣା ଯୋଗଦାନ ଦେଇଥିଲେ । କାର୍ୟ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ, ଶିକ୍ଷୟତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, ସ୍ୱାଗତ ସେବା ସଂଘ, କୁମ୍ଭାରୀର ସଭ୍ୟ ଫକିର ଚରଣ ବଗର୍ତ୍ତୀ, ସୁବଲ ରଣା, ସଂଜୟ ରଣା, ନିର୍ମଳ ମାଝି, ଦିିଲୀପ ରଣା ପ୍ରଭୃତି ଅଂଶଗ୍ରହଣ କରିଥିଲେ ।

ବରିଷ୍ଠ ଶିକ୍ଷକ ଆଦିତ୍ୟ ରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଖେଳ ଶିକ୍ଷକ ହିମାଂଶୁ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.