oom

ସଡ଼କ ସୁରକ୍ଷା ସପ୍ତାହ ପ୍ରତିଯୋଗିତାରେ ଯେନିଥ ସ୍କୁଲ ଛାତ୍ରଙ୍କ କୃତିତ୍ୱ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସଡ଼କ ପରିବହନ ଦ୍ୱାରା ଆୟୋଜିତ ସଡ଼କ ସୁରକ୍ଷା ସପ୍ତାହ ପାଳନ ବିଷୟରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପଦ୍ମପୁର ଯେନିଥ ଦ ଲାୟନ୍ସ ଗୁରୁକୁଳର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ ଚିତ୍ରାଙ୍କନ ଜୁନିଅର ଗ୍ରୁପରେ ଅପେକ୍ଷା ବୁଡେକ ୨ୟ, ସିନିଅର ଗ୍ରୁପ ଚିତ୍ରାଙ୍କନରେ ଶ୍ରେୟାଂଶ ଦାଶ ୧ମ ଓ ଜଗଦାନନ୍ଦ ଭୋଇ ୨ୟ, ସେହିପରି ସ୍ଲୋଗାନ ପ୍ରତିଯୋଗିତାରେ ନଉସୀନ ଫାତିମା ୩ୟ ସ୍ଥାନ ହାସଲ କରି କୃତିତ୍ୱ ଅର୍ଜନ କରି ଯେନିଥ ସ୍କୁଲ ପାଇଁ ଗୌରବ ଆଣିଥିଲେ । ୧ରୁ ୩୧ ଜାନୁଆରୀ ୨୦୨୫ ସଡ଼କ ସୁରକ୍ଷା ଦିବସ ପାଳନର ପ୍ରତ୍ୟେକ ଦିନ ମାନଙ୍କରେ ସ୍କୁଲର ରେଡକ୍ରସ ଚାନ୍ସେଲର ଡିଲେଶ୍ଵର ସାହୁଙ୍କ ଉଦ୍ୟମରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହାୟତାରେ ଜନସାଧାରଣଙ୍କୁ ସଡ଼କ ସୁରକ୍ଷାର ବିଭିନ୍ନ ସ୍ଲୋଗାନ ଦେଇ ଲୋକଙ୍କ ପାଖକୁ ସଚେତନ ବାର୍ତ୍ତା ପହଞ୍ଚାଇ ଏକ ମହତ କାମ କରିଥିବାରୁ ଯେନିଥ ସ୍କୁଲର ପ୍ରିନସିପାଲ ମନୋଜ ପଣ୍ଡା ଓ ସ୍କୁଲର ମେନେଜିଙ୍ଗ କମିଟି ସମସ୍ତ ସଦସ୍ୟ ଡିଲେଶ୍ଵର ସାହୁଙ୍କୁ ଭୂୟସୀ ପ୍ରସଂଶା କରିଥିଲେ ।

jittmm
Leave A Reply

Your email address will not be published.