oum

ଜଗତସିଂହପୁର ଠାରେ ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

jsm

ଜଗତସିଂହପୁର, (ଶୁଭ୍ରାସୁ ଶେଖର ପୃଷ୍ଟି) : ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଆଂଚଳିକ ପରିବହନ କାର୍ୟ୍ୟାଳୟ ପକ୍ଷରୁ ସ୍ଥାନୀୟ କଲେଜ ଛକ ଠାରେ ଜିଲ୍ଲ୍‌ାସ୍ତରୀୟ ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଅଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲ୍‌ାପାଳ ସଂଗ୍ରାମ କେଶରୀ ମହାପାତ୍ର ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍‌, ଉପ-ଜିଲ୍ଲାପାଳ ଧମେନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ । ଜାତୀୟ ସଡକ ସୁରକ୍ଷା ସପ୍ତାହ ଜାନୁୟାରୀ ୧୮ ତାରିଖରୁ ୨୪ ତାରିଖ ପର୍ୟ୍ୟନ୍ତ ସାରା ଦେଶରେ ପାଳନ କରାଯାଉଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଏବଂ ସଡକ ସୁରକ୍ଷା ରଥକୁ ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲ୍‌ାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର୍‌ ପତାକା ହଲାଇ ଶୁଭ ଉଦ୍‌ଘାଟନ କରିଥିଲେ । ସଡକ ସୁରକ୍ଷା ରଥ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୈାରାଚଂଳ ଭ୍ରମଣ କରି ଜନସାଧାରଣଙ୍କୁ ସଚେତନ କରାଇବ । ଦୁଇଚକିଆ ଗାଡି ଚଳାଇବା ବେଳେ ହେଲ୍‌ମେଟ୍‌ ପିନ୍ଧିବା, ଚାରିଚକିଆ ଗାଡିରେ ସିଟ୍‌ବେଲ୍‌ଟ ବାନ୍ଧିବା, ମୋବାଇଲ୍‌ ଫୋନ୍‌ ବ୍ୟବହାର କରି ଗାଡି ନଚଳାଇବା, ମଦ୍ୟପାନ କରି ଗାଡି ନ ଚଳାଇବା, ଦ୍ରୁତ ଗତିରେ ଗାଡି ନଚଳାଇବା ସଂପର୍କରେ ଜନସାଧାରଣଙ୍କୁ ଏହି ରଥ ସଚେତନ କରାଇବ । ଏତଦ୍‌ ବ୍ୟତୀତ ମାଲବାହି ଯାନରେ ଯାତ୍ରୀ ପରିବହନ ନକରିବା, ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ପରିବହନ ନକରିବା ପାଇଁ ଜନସାଧାରଣ ସତର୍କ ରହିବା ଆବଶ୍ୟକ । ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ ନଥାଇ ଗାଡି ନଚଳାଇବା ଓ ଟ୍ରାଫିକ୍‌ ନିୟମ ମାନିବା ସଂପର୍କରେ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଯିବ । ଏତଦ୍‌ ବ୍ୟତୀତ ପୋଲିସ ଓ ଆଚଂଳିକ ପରିବହନ କର୍ମକର୍ତାଙ୍କ ଦ୍ୱାରା ଜଏଣ ଚେକିଙ୍ଗ୍‌, ଡ୍ରାଇଭର ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର, ଚକ୍ଷୁ ପରୀକ୍ଷା କରାଯିବ । ଆଜି ଏହି ସଚେତନତା ଶୋଭାଯାତ୍ରା କଲେଜ ଛକ ଠାରୁ ବାହାରି ବିଜୁ ପଟ୍ଟନାୟକ ଛକ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ବିଧାୟକ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଉପ-ଜିଲ୍ଲାପାଳ, ଆଚଂଳିକ ପରିବହନ ଅଧିକାରୀ ପ୍ରତାପ କିଶୋର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ନିର୍ବାହୀ ଅଧିକାରୀ ପୈାର ପରିଷଦ ବିମଳ କୁମାର ଲେଙ୍କା, ସହକାରୀ ମୋଟର ଯାନ ନିରୀକ୍ଷକ ପଂଚାନନ ବେହେରା, ଟ୍ରାଫିକ୍‌ ଇନିସ୍‌ପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର, ଏମ୍‌.ଭି.ଆଇ ସର୍ମିଲା ମହାରଣା, କ୍ୟାରିୟର କ୍ରିଏଟର କୋଚିଂ ଛାତ୍ରଛାତ୍ରୀ ଗୋରେଖନାଥ ଟ୍ରାଭଲ୍ସର ପ୍ରୋପ୍ରାଇଟର ସୂର୍ୟ୍ୟନାରାୟଣ ମହାନ୍ତି ଓ ଗାଡିଚାଳକ ମାନେ, ହୋଣ୍ଡା ସୋରୁମ୍‌ ଓ ଗୀତା ମୋଟର୍ସ କର୍ମକର୍ତା ମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ବୁଦ୍ଧିଜୀବି, ବରିଷ୍ଠ ନାଗରୀକ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ଥିଲେ ।

Leave A Reply

Your email address will not be published.