ଗ୍ରାମ୍ୟ ସଡକ ଓ ପୋଲ ନିର୍ମାଣରେ ରାଜ୍ୟର ସଫଳତା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୬୨ ହଜାର କିମି ସଡକ ଏବଂ ୪୧୨ଟି ପୋଲ ନିର୍ମାଣ ସରିଛି । ଏଥିରେ ପ୍ରାୟ ୨୬ହଜାର କୋଟି ବିନିଯୋଗ ହୋଇଛି । ଏହି ଯୋଜନା ଅଧିନରେ ୩ୟ ପର୍ୟ୍ୟାୟର ୨ୟ ଦଫାରେ ୩୪୩୫ କିମି ସଡକ ଏବଂ ୭୭ଟି ପୋଲ ନିର୍ମାଣ କରାଯିବ । ଏହି ନୂତନ ପ୍ରକଳ୍ପ ଗୁଡିକରେ ପ୍ରାୟ ୨୨୨୯ କୋଟି ଟଙ୍କା ବିନିଯୋଗ ହେବ । ରାଜ୍ୟ ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.