ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠ କୁରୁଡୁଲ ନୂଆପଡାଠାରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କୁରୁଡୁଲ ଗ୍ରାମର ସିଦ୍ଧାର୍ଥ ପ୍ରଧାନ(୩୩) ବୋଲି ଜଣାପଡିଛି । ସେହିପରି ବାଇକ ଅରୋହୀ ପିଣ୍ଟୁ ପ୍ରଧାନ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, କୁରୁଡୁଲ ଗ୍ରାମର ସିଦ୍ଧାର୍ଥ ପ୍ରଧାନ ଏକ ସ୍କୁଟିରେ ଆସୁଥିବା ବେଳେ ଅନୁଗୁଳ ସହର ଉପକଣ୍ଠ କୁରୁଡୁଲ ନୂଆପଡାଠାରେ ପିଣ୍ଟୁ ପ୍ରଧାନଙ୍କ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଏଥିରେ ଘଟଣାସ୍ଥଳରେ ସିିଦ୍ଧାର୍ଥଙ୍କ ମୃତ୍ୟୁ ଘଟିଥିବା ବେଳେ ପିଣ୍ଟୁ ଗୁରୁତର ହୋଇଥିଲେ । ପିଣ୍ଟୁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ଏଥିସହ ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.