om academy

ସଡକ ଦୁର୍ଘଟଣା : ଥଣ୍ଡା ବୋଝେଇ ଟ୍ରକ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍

jsm

ଧର୍ମଗଡ : କୋକସରା ବ୍ଲକ ୨୬ ନମ୍ବର ଜାତୀୟ ରାଜପଥ ରେଙ୍ଗାଳପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଟ୍ରକ୍‌କୁ ପଛପଟକୁ ଦ୍ରୁତ ଗତିରେ ଆସୁଥିବା ଯାତ୍ରୀବାହୀ ବସ୍ ଧକ୍କା ଦେଇଛି । ଫଳରେ ଦୁର୍ଘଟଣା ଘଟି ୪ ଜଣ ଗୁରୁତର ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସାହାୟତାରେ ଗୁରୁତରଙ୍କୁ ଉଦ୍ଧାର କରାଯାଇ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ସୂଚନା ମୁତାବିକ, ଆଜି ଭୋର ସମୟରେ ଝାରସୁଗୁଡାରୁ ମାଲକାନଗିରି ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ ରାସ୍ତା କଡରେ ଠିଆ ହୋଇଥିବା ଏକ ଥଣ୍ଡା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ବସରେ ଥିବା ୪ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଖବର ପାଇ କୋକସରା ପୋଲିସ ଘାଟଣ ସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.