ସଡ଼କ ଦୁର୍ଘଟଣା, ୩ ଆହତ

ଭୁବନେଶ୍ୱର : ସୁନ୍ଦରପଦା- ଜଟଣୀ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏକ ସିରିଜ୍‌ ଦୁର୍ଘଟଣା ଘଟଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗତକାଲି ରାତିପ୍ରାୟ ୮ଟା ବେଳେ ସୁନ୍ଦରପଦା- ଜଟଣୀ ରାସ୍ତାର ସୁନ୍ଦରପଦା ଆଡ଼ୁ (ଓଡି୩୩ପି ୯୫୦୬) ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର କାର୍‌ ଦ୍ରୁତ ଗତିରେ ଯାଉଥିଲା । କୁହାକଣ୍ଟି ଠାରେ ବାଇକ୍‌ରେ ଯାଉଥିବା ରାକେଶ, କାଳୁ ଓ ଆଲୋକଙ୍କୁ କାର୍‌ ପିଟିଥିଲା । ଦୁର୍ଘଟଣା ଘଟାଇବା ପରେ କାର୍‌ ଚାଳକ ହଡ଼ବଡେ଼ଇ ଯାଇ ଖସି ପଳେଇବାକୁ ଉଦ୍ୟମ କରିଥିଲେ । ବାଟରେ ଆହୁରି ଦୁଇଟି କାର୍‌କୁ ମଧ୍ୟ ପିଟିଥିବା ଜଣାପଡ଼ିଛି । ୩ଟି ଗାଡ଼ିକୁ ପିଟିବା ପରେ ଗାଡ଼ି ଚାଳକ ‘ଗଙ୍ଗାଯମୁନା’ ଏନ୍‌କ୍ଲେଭ୍‌ ସାମ୍ନାରେ କାର୍‌ ରଖି କେଉଁ ଆଡେ଼ ଖସି ପଳାଇଥିଲେ । ଖବର ପାଇ ଏୟାର୍‌ଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି କାର୍‌କୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଆହତଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.