ସଡ଼କ ଦୁର୍ଘଟଣା, ୧ ମୃତ

ବେଗୁନିଆ : ବେଗୁନିଆ ଥାନା ନିକଟସ୍ଥ ଖୋର୍ଦ୍ଧା -ବଲାଙ୍ଗିର ୫୭ ନଂ. ଜାତୀୟ ରାଜପଥ ଉପରେ ଥିବା ବିଜୁ ପଟ୍ଟନାୟକ ଟାଉନ ହଲ ସାମନାରେ ଆଜି ଭୋର ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ଶରତ କୁମାର ସାହୁ(୫୧) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ବେଗୁନିଆ ଥାନା ମାଣିବନ୍ଧ ପଞ୍ଚାୟତ ଅନ୍ତର୍ଗତ ବଡପଦର ଗ୍ରାମର ଶରତ ରାଉତ ପଡ଼ାରେ ଥିବା ଏକ ପ୍ରାଇଭେଟ ସଂସ୍ଥାରେ କାର୍ୟ୍ୟ କରୁଥିଲେ । ସେ ସବୁଦିନ ପରି ଆଜି ଭୋର ୫ଟା ସମୟରେ ସେଠାକୁ ଚାଲି ଚାଲି ଯାଉଥିବା ବେଳେ ଏହି ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ତେବେ ଘଟଣାସ୍ଥଳରେ ମୃତଦେହଟି ଜାତୀୟ ରାଜପଥ ଉପରେ ଦୀର୍ଘ ସମୟ ଧରି ପଡିରହିଥିଲା । ପ୍ରଶାସନ ସେଠାରେ ପଂହଁଚିବାରେ ବିଳମ୍ବ କରିବାରୁ ମୃତକଙ୍କ ସମ୍ପର୍କୀୟ ଏବଂ ଗ୍ରାମବାସୀ ମାନେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଉପରେ ମୃତଦେହ ରଖି ରାସ୍ତା ରୋକ କରିଥିଲେ । ପରେ ପୁଲିସ ଏବଂ ତହସିଲଦାର ଘଟଣାସ୍ଥଳରେ ପଂହଁଚି ମୃତକଙ୍କ ପରିବାରକୁ ରେଡ଼କ୍ରସ ତରଫରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ପରେ ଲୋକମାନେ ରାସ୍ତା ରୋକରୁ ଉଠିଯାଇଥିଲେ । ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ପଠାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.