oom

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଦୁର୍ଗା ମନ୍ଦିର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ୍ ଆରୋହୀ ଚଟିଆପଡ଼ାର ନିର୍ମଳ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଗତ ରାତି ପ୍ରାୟ ସାଢ଼େ ୧୦ଟାରେ ନିର୍ମଳ ବାଇକ (ଓଆର୍‌ ୦୩ ଜି ୬୬୫୨) ଯୋଗେ ଦୁର୍ଗା ମନ୍ଦିର ଛକ ଦେଇ ଘରକୁ ଫେରୁଥିବା ବେଳେ ଏକ କପା ବୋଝେଇ ଟ୍ରକ ନିର୍ମଳଙ୍କ ଉପରେ ମାଡି ଯାଇଥିଲା ଘଟଣା ସ୍ଥଳରେ ତାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶୃଙ୍ଖଳା ରକ୍ଷା କରିବାକୁ ଚେଷ୍ଟା କରିଥିଲା । ଦମକଳ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଗାଡିରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା ।

jittmm
Leave A Reply

Your email address will not be published.