ସଡକ ଦୁର୍ଘଟଣାରେ ଶିକ୍ଷୟିତ୍ରୀ ମୃତ : ଅନ୍ୟଜଣେ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍କୁଟି ଓ ବାଇକ ମୁହାଁ ମୁହିଁ ଧକ୍କାରେ ଦୁଇ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ମହିଳାଙ୍କ ମୃତ୍ୟୁ ଘଟିଛି, ଅନ୍ୟଜଣେ ମହିଳାଙ୍କ ପୁତ୍ର ଗୁରୁତ୍ତର ଅଛନ୍ତି ବୋଲି ଜଣାଯାଇଛି । ମୃତକ ଜଣକ ବରିଷ୍ଟ ଶିକ୍ଷୟିତ୍ରୀ ମଞ୍ଜୁବାଳା ଆଚାର୍ଯ୍ୟ(୫୨) ହୋଇଥିବା ବେଳେ ଆଉ ଜଣେ ସ୍କୁଟି ଚାଳକ ଉକ୍ତ ମହିଳାଙ୍କ ପୁତ୍ର ସୁମନ୍ତ ଆଚାର୍ଯ୍ୟ (୨୫) ବୋଲି ଜଣାଯାଇଛି । ସୂଚନା ମୁତାବକ ଆଜି ସକାଳେ ପୁଅ ସୁମନ୍ତ ନିଜ ସ୍କୁଟିରେ ନିଜ ମା’ ମଞ୍ଜୁବାଳା ଆଚାର୍ଯ୍ୟଙ୍କୁ ହୁମ୍ମା ସ୍ଥିତ ସ୍କୁଲକୁ ନେବା ସମୟରେ ରଙ୍ଗ୍‌-ରୁଟରେ ଆସି ଅନ୍ୟ ଏକ ଅଚିହ୍ନା ଯୁବକ ବାଇକରେ ଧକ୍କା ଦେଇଥିଲା । ବାଇକ ଧକ୍କା ଦେଇ ଚାଲିଗଲା ପରେ ଉକ୍ତ ମହିଳା ଜଣକ ରାସ୍ତାଉପରେ ପଡିଥିବା ବେଳେ ସଂଗେ ସଂଗେ ଦ୍ରୁତଗତିରେ ଏକ ବଡ଼ ଚାରିଚକିଆ ଗାଡିମାଡ଼ି ଚାଲିଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଯାହାକି ମହିଳାଙ୍କ ଗୋଡ଼ ଦୁଇଟି ଭାଙ୍ଗି ଚୁରମାର ହୋଇ ଚାପି ହୋଇ ଯାଇଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାଟି ଘଟିଛି, ୧୬ ନମ୍ବର ଜାତୀୟ ରାଜପଥର ହୁମ୍ମା ନିକଟ ଶଙ୍ଖନୂଆଗାଁ ଛକଠାରେ ବୋଲି ଜଣାଯାଇଛି । ପ୍ରଥମେ ଦୁହିଁଙ୍କୁ ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା, ଏବଂ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ଦାୟିତ୍ୱରେ ଥିବା ଡାକ୍ତର ବ୍ରହ୍ମପୁର ବଡ଼-ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଦ୍ବୀପହରରେ ଦୁର୍ଘଟଣା ଗ୍ରସ୍ତ ମହିଳାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମହିଳାଙ୍କ ପୁତ୍ର ସୁମନ୍ତଙ୍କ ଗୋଡ଼ ଭାଙ୍ଗି ଗୁରୁତ୍ତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.