ମା’ ନାରାୟଣୀ ଛକ ନିକଟରେ ସିରିଜ ସଡ଼କ ଦୁର୍ଘଟଣା

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମା’ ନାରାୟଣୀ ଛକ ନିକଟରେ ସିରିଜ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୦୮ ଆମ୍ବୁଲାନ୍ସ ଚାଳକ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ବିୟର ବୋଝେଇ ଟ୍ରକ ହଠାତ ନାରାୟଣୀ ଛକ ନିକଟରେ ଏକ ମାଇନ୍ସ ଟ୍ରକ ପଛକୁ ଧକ୍କା ଦେଇ ରାସ୍ତାକଡ଼ରେ ଥିବା ଏକ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା । ଯାହାଫଳରେ ଆମ୍ବୁଲାନ୍ସ ଭିତରେ ଥିବା ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ । ଆମ୍ବୁଲାନ୍ସ ଚାଳକଜଣଙ୍କ ବ୍ରହ୍ମପୁରର ସୁରଜ କୁମାର ସାହୁ ବୋଲି ଜଣାପଡ଼ିଛି । ତାଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.