oom

ସୁବର୍ଣ୍ଣପୁର ମୁଖ୍ୟରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ମୁଖ୍ୟରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ଏକ ବୋଲୋରେ ଗାଡି ଜଣେ ବାଇକ ଆରହୀଙ୍କୁ ଧକ୍କା ଦେଇଥିବା ବେଳେ ବାଇକ ଆରୋହୀଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଅଣାଯାଇଥିଲା । ଡାକ୍ତରଖାନାରେ ବାଇକ ଆରୋହୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ବଲାଙ୍ଗିର ସୁବର୍ଣ୍ଣପୁର ରାସ୍ତାର ହୋଟେଲ ମେରିଅନ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।

jittmm
Leave A Reply

Your email address will not be published.