ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ : ସମ୍ପର୍କୀୟ ଦମ୍ପତି ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସମ୍ୟ ହରାଇ ଗଛରେ ପିଟିଲା କାର । ଘଟଣା ସ୍ଥଳରେ ସ୍ୱାମୀ ସ୍ତ୍ରୀ ମୃତ ଓ ୩ ଗୁରୁତର । ମୃତକ ହେଲେ ଗଞ୍ଜାମ ଜିଲ୍ଲାର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ । ସୂଚନା ଅନୁଯାୟୀ ରାଉଲକେଲାରେ ରହୁଥିବା ନିଜ ପିତାଙ୍କ ସ୍ୱାସ୍ଥ୍ୟ ଗୁରୁତରଙ୍କୁ ଦେଖିବା ପାଇଁ ଗତକାଲି ରାତିରେ ନିଜ ଘରୁ ଏକ କାର ଯୋଗେ ରାଉଲକେଲା ଯାଉଥବା ବେଳେ ହୋଇଥିଲା ଦୁର୍ଘଟଣା । ଘଟଣା ସ୍ଥଳରେ ହିଁ ଉଭୟ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ । ଖବର ପାଇଁ ଚାରିଛକ ସ୍ଥିତ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତି କରିଥିଲା । ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣା ସମ୍ପର୍କରେ ଛାନଭିନ ଚଳାଇଛି ।

Leave A Reply

Your email address will not be published.