jayashree

ଶୁଲିଆ ମହୋତ୍ସବକୁ ଅଣଆଦିବାସୀ ମାନେ ଷଡଯନ୍ତ୍ର କରି ହାତେଇ ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଲେ ମୟ ପ୍ରଧାନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶୁଲିଆ ମହୋତ୍ସବକୁ ଅଣଆଦିବାସୀ ମାନେ ଷଡଯନ୍ତ୍ର କରି ହାତେଇ ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଲେ ମୟ ପ୍ରଧାନୀ । ଶ୍ରୀ ପ୍ରଧାନୀ କହିଛନ୍ତି ଯେ, ଆଦିବାସୀମାନଙ୍କର ପୂଜ୍ୟ ଶୁଲିଆ ମହୋତ୍ସବକୁ ଅଣଆଦିବାସୀ ମାନେ ଷଡଯନ୍ତ୍ର କରି ହାତେଇ ନେବାକୁ ଚେଷ୍ଟା କରୁଛନ୍ତି । ଆଦିବାସୀ କନ୍ଧ, ସଂସ୍କୃତି ପରଂପରା ଶୁଲିଆ ପରମ୍ପରାକୁ ବିରୋଧ ବିଲୋପ କରିବାରେ ଗୋଟିଏ ଚକ୍ରାନ୍ତ କରାଯାଉଛି । ଶୁଲିଆ ଯାତ୍ରା ଓ ମହୋତ୍ସବ ଏକ ସ୍ଥାୟୀ କମିଟି ଥାଉ ଥାଉ ତାଙ୍କ ବିନା ଉପସ୍ଥିତିରେ ଗତକାଲି ୧୭ ତାରିଖରେ ଶୁଲିଆ ମହୋତ୍ସବର ଖଳା ଠାରେ ଲକ୍ଷ୍ମଣ ମେହେର, ସତ୍ୟନାରାୟଣ ଭୋଇ ମୁଖ୍ୟ ଭାବରେ ରହି ଶୁଲିଆ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କମିଟିର ଉପସଭାପତି ଦୁଷ୍ମନ୍ତ ସାହୁ ଓ ବଡଖଳର ଜୟ ରଣାଙ୍କୁ ପଦବୀ ଦିଆଯାଇଛି । କମିଟିରେ ପ୍ରମୋଦ ବହିଦାର, ଶୈଳେନ୍ଦ୍ର ସାହୁ, ସୋମନାଥ ଦେହୁରି, ବେଣୁଧର ସିଂ ରହିଥିବା ବିଷୟରେ ଆଜି ଖବର ପ୍ରକାଶିତ ହୋଇଛି । ଏହି କମିଟି ବେଆଇନ ଭାବରେ ଗଠନ କରାଯାଇଛି । ଆବହମାନ କାଳରୁ କନ୍ଧମାନେ ହିଁ ଏହି ଶୁଲିଆ ଯାତ୍ରାର ଆୟୋଜନ କରି ଆସିଛନ୍ତି । ଗତ ୫ ବର୍ଷ ହେଲା ମହୋତ୍ସବ ଅତି ଆଡ଼ମ୍ବର ସହିତ ପାଳନ କରାଯାଉଛି । ଗତକାଲି ଖଳାରେ ଆୟୋଜିତ ହୋଇଥିବା ବୈଠକରେ ନିଜର ସ୍ୱାର୍ଥ ରଖି ଅଣ ଆଦିବାସୀମାନେ କମିଟି ଗଠନ କରିଛନ୍ତି । ଶୁଲିଆ ମହୋତ୍ସବର ସଭାପତି ଭାବରେ ମୟ ପ୍ରଧାନୀ ଆଦିବାସୀମାନଙ୍କ ସହଯୋଗରେ ଏହି ମହୋତ୍ସବ ପାଳିତ ହୋଇଆସୁଛି । କିନ୍ତୁ ଶୁଲିଆ ମହୋତ୍ସବର ପୂଜକ ସୋମନାଥ ଦେହୁରୀ ମନ୍ତବ୍ୟ ଦେଇଛନ୍ତି ଏଭଳି କୌଣସି କମିଟି ଗଠନ କରାଯାଇ ନାହିଁ । ସେମାନେ ଲକ୍ଷ୍ମଣ ମେହେର ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ସତ୍ୟନାରାୟଣ ଭୋଇ ଶୁଲିଆ ମହୋତ୍ସବକୁ ନିଜର ମନ ଇଚ୍ଛାରେ ଚଳାଇବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନଙ୍କ କମିଟିକୁ ମୟ ପ୍ରଧାନୀ ତଥା ପୂର୍ବ ଆଦିବାସୀ କମିଟି ସଂପୂର୍ଣ୍ଣ ବିରୋଧ କରୁଛନ୍ତି । ଆସନ୍ତା ୧୯.୧୨.୨୦୨୪ ପୂର୍ବାହ୍ନ ୧୨ଟାରେ ମୟ ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଶୁଲିଆ ମହୋତ୍ସବ କିପରି ସୂଚାରୁ ରୂପେ ସଂପାଦନ ହୋଇ ପାରିବ ସେ ବାବଦରେ ଆଲୋଚନା କରାଯିବ, ସମସ୍ତ ଆଦିବାସୀ ଭାଇ ଭଉଣୀଙ୍କ ଏହି ମହୋତ୍ସବର ପୂର୍ଣ୍ଣାଙ୍ଗ ରୂପରେଖ ଦେବାକୁ ମୟ ପ୍ରଧାନୀ ଆମନ୍ତ୍ରଣ କରିଛନ୍ତି ।

Leave A Reply

Your email address will not be published.