
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅନୁଷ୍ଠାନ ଦର୍ଶୀ ପରିବାର ତରଫରୁ ଏକ ନିଆରା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଲିଥିନ ବ୍ୟବହାରକୁ ବନ୍ଦ କରି, ତା ପରିବର୍ତ୍ତେ କପଡା ବ୍ୟାଗ ବ୍ୟବହାର କରାଯିବାକୁ ପ୍ରୋତ୍ସାହନ କରାଯାଇଥିଲା । ଏହି କପଡା ବ୍ୟାଗ ପ୍ରସ୍ତୁତ କାର୍ଯ୍ୟକ୍ରମ ପ୍ରତ୍ୟେକ ରବିବାର ସକାଳ ୧୦ଟାଠାରୁ ସକାଳ ୧୧ ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଏହା ସମ୍ପୂର୍ଣ୍ଣ ମାଗଣା ଏବଂ ଅବ୍ୟବହୃତ କପଡା ସବୁ କୁ ବ୍ୟବହାର କରାଯାଇ ବ୍ୟାଗ ତିଆରି କରାଯାଇଥାଏ । ଆଜିର ଏହି କାର୍ଯ୍ୟକ୍ରମ ରଶ୍ମିରେଖା ମିଶ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଜାତା ସାହୁ ସଂଯୁକ୍ତା ଜେନା, ବିଶ୍ୱନାଥ ରାଉତ ସ୍ଵାଗତିକା ପଣ୍ଡା, ଡଲି ସାହୁ , ବିଶ୍ୱଜିତ ରାଉତ, ଆଶିଷ ଦାଶ , ଲଲିତା ଦତ୍ତା, ତନୁଶ୍ରୀ ନାୟକ, ମନୁ ସିଂ, ବାସନ୍ତୀ ସେଠି, ସୁଜାତା ପାଣିଗ୍ରାହୀ, ରିଙ୍କି କୁମାରୀ, ଆଦି ଉପସ୍ଥିତ ଥିଲେ ।