oom

ବୟୋଜ୍ୟେଷ୍ଠ ନାଗରିକଙ୍କ ପାଇଁ ଆଇନ ସଚେତନତା ଶିବିର

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସ‌ରେ‌ ରବିବାର ଦିନ ବୟୋଜ୍ୟେଷ୍ଠମାନଙ୍କ ଆଇନ, କାନୁନ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସେକ୍ରେଟାରୀ ପବିତ୍ରାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାର ମୂଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଶଙ୍ଖ ଚକ୍ରବର୍ତ୍ତୀ ଯୋଗଦେଇ ବୟୋଜ୍ୟେଷ୍ଠ ନାଗରିକଙ୍କ ଆଇନ ବିଷୟରେ ଅବଗତ କରିଥିଲେ । ବଲାଙ୍ଗିର ପରିବାର ପରାମର୍ଶର ବିଚାରପତି ବିକ୍ରମ କେଶରୀ ପଟ୍ଟନାୟକ ମଧ୍ୟ ଆବାସର ଅନ୍ତେବାସୀମାନଙ୍କୁ ଭର୍ଚୁଆଲ ଜରିଆରେ ପରିବାରର ବୟୋଜ୍ୟେଷ୍ଠମାନଙ୍କ ପ୍ରତି ଆଇନ ସେବା ଜଣାଇଥିଲେ । ଶିବ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭ୍ୟ ହୃଦୟାନନ୍ଦ ଷଡ଼ଙ୍ଗୀ, ଚତୁର୍ଭୁଜ ‌ଭୋଇ ଏବଂ ସଞ୍ଜୁ ବିଶ୍ଵାଳ ସହଯୋଗ କରିଥିବା ବେଳେ ରମାକାନ୍ତ ସାହୁ‌ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.