
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ରାଧାରାଣୀପଡା ନିବାସୀ ସ୍ୱୟଂସେବକ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ, ପୂର୍ବତନ ଶିକ୍ଷା ବିକାଶ ସମିତି କାର୍ଯ୍ୟକର୍ତ୍ତା ତଥା ବଲାଙ୍ଗିର ସହଜିଲ୍ଲା ସଂଘଚଳକ ସଚିକାନ୍ତ କାଲସାଏଙ୍କ ଗତକାଲି ଦେହାନ୍ତ ହୋଇଯାଇଛି । ୧୯୫୭ ଫେବୃୟାରୀରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ କାଲସାଏ ଜଣେ ନିଷ୍ଠାବାନ, ପରୋପକାରୀ, ଧର୍ମପରାୟଣ ତଥା କର୍ତ୍ତବ୍ୟନିଷ୍ଠ ମଣିଷ ଭାବେ ସୁନାମ ଅର୍ଜନ କରିଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।