- ଓଡିଶା ଆଇନ ବିଭାଗର ପ୍ରମୁଖ ସଚିବ ପବିତ୍ର ମୋହନ ସାମଲଙ୍କୁ ସମ୍ବର୍ଦ୍ଧନା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଇନ ବିଭାଗ ଓଡିଶା ସରକାରଙ୍କ ପ୍ରମୁଖ ସଚିବ ଭାବେ ବଲାଙ୍ଗିର ଜିଲ୍ଲା ଦୌରା ଜଜ୍ ପବିତ୍ର ମୋହନ ସାମଲଙ୍କ ପଦୋନ୍ନତି ହୋଇଅଛି । ବଲାଙ୍ଗିରରେ ଆନନ୍ଦର ଲହରି ଖେଳିଯାଇଛି । ଆଜି ପାରାଲିଗାଲ ସ୍ୱେଚ୍ଛାସେବୀମାନେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ସାମଲଙ୍କୁ ଭେଟି ତାଙ୍କର ଉତ୍ତୋରତର କାମନା କରି ଶୁଭେଚ୍ଛା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟୁତଲତା ଖମାରୀ, ସୁନିତା ବାଗ, ଯୁବରାଜ ଜାଲ, ବିନୟ କୁମାର ନନ୍ଦ, ଶ୍ରୀୟାକାନ୍ତ ନାଏକ, ଜୟକୃଷ୍ଣ ମିଶ୍ର ଏବଂ ସାମସନ୍ ମିସାଲ ପ୍ରମୁଖ ସ୍ୱେଚ୍ଛାସେବୀ ବନ୍ଧୁମାନେ ଉପସ୍ଥିତ ରହି ଶ୍ରୀଯୁକ୍ତ ସାମଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।