oom

ଭେଉଁରିଆରେ ଆଇନ ସଚେତନତା ଶିବିର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଭେଉଁରିଆ ଗ୍ରାମ ପଞ୍ଚାୟତଠାରେ ପଦ୍ମପୁର ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଅତିରକ୍ତ ଜିଲ୍ଲାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅରବିନ୍ଦ ରଥ ଯୋଗଦାନ କରିଥିଲେ । ସେ ଆଇନ ସେବା ପ୍ରାଧିକରଣ କାର୍ଯ୍ୟକ୍ରମ ଯେପରି ମାଗଣା ଆଇନ ସେବା, ମଧ୍ୟସ୍ଥତା ଓ ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ, ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରି ସଚେତନ କରିଥିଲେ । ଗରିବ ଲୋକଙ୍କ ପାଖରେ କିପରି ଆଇନ ସେବା ସହାୟତା ପହଞ୍ଚି ପାରିବ ସେ ବିଷୟରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ଭଦ୍ରବ୍ୟକ୍ତି, ସମାଜସେବୀ, ସ୍ବେଚ୍ଛାସେବୀ ମହିଳା ଉପସ୍ଥିତ ଥିଲେ । ସରପଞ୍ଚ ଶ୍ରୀମତୀ ରଜନୀ ସାହୁ, ଆଇନଜୀବୀ ଶାନ୍ତନୁ ତ୍ରିପାଠୀ, ଆଶିଷ ମିଶ୍ର, ଫ୍ରଣ୍ଟ ଅଫିସ ଆଇନଜୀବୀ ପରମେଶ୍ୱର ସାହୁ, ସିପୁନ ପାଣିଗ୍ରାହୀ, ସିପୁନ ପିଏଲଭି ପ୍ରସନ୍ନ ମହାନନ୍ଦ, ଜଗନ୍ନାଥ ଲୁହାର, ରମେଶ ଜାଲ, ହରେକୃଷ୍ଣ କୁମ୍ଭାର, ଶଶିଭୂଷଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.