ବୁରୋମୁଣ୍ଡାରେ ପ୍ରାଣୀଧନ ସ୍ୱାସ୍ଥ୍ୟ ସଚେତନତା ଶିବିର : ଘାସମୂଳ ପ୍ରତିରୋପନ ଉପରେ ଗୁରୁତ୍ୱାରୋପ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ୟୁନିଟ ପକ୍ଷରୁ ତଳିଉଡ଼ାର ପଞ୍ଚାୟତ ବୁରୋମୁଣ୍ଡା ଗ୍ରାମରେ ପ୍ରାଣୀଧନ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛେଳି ମେଣ୍ଢାଙ୍କ ପାଇଁ ପ୍ରତିଷେଧକ ଟୀକା ଦେବା ସହ ସାହାଣା ରୋଗର ପ୍ରତିଷେଧକ ଟୀକା ଦିଆଯାଇଥିଲା । ଏହାସହ ଗୋପାଳକ ଚାଷୀମାନଙ୍କ ଦ୍ୱାର ଦେଶରେ ହାଇବ୍ରିଡ଼ ନାପିଅର ଘାସମୂଳ ପ୍ରତିରୋପନ କରାଯାଇଥିଲା । ଆଗାମୀ ଦିନରେ ଗୋ ମହିଷି ଆଦିଙ୍କ ଦୁଗ୍ଧ ଉତ୍ପାଦନରେ ଅଭିବୃଦ୍ଧି ନିମନ୍ତେ ମଧ୍ୟ ସଚେତନ କରାଯାଇଥିଲା । ଏହି ଶିବିରରେ ବୁରୋମୁଣ୍ଡା, ଉପରଉଡ଼ାରର ବହୁ ଗୋପାଳକ ଯୋଗଦେଇଥିବା ବେଳେ ଚଳିତ ବର୍ଷ ୨୦୦୦ ଘାସମୂଳ ଗୋପାଳକଙ୍କ ଦ୍ୱାର ଦେଶରେ ପ୍ରତିରୋପଣ କରାଯିବା ଉପରେ ଲକ୍ଷ ଥିବା ପ୍ରକାଶ କରିଥିଲେ । ଏହି ଶିବିରକୁ ଲୋଇସିଂହା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡା ସଂଗ୍ରାମ ସିଂ ନାଏକ ଓ କୃଷି ଉପ ତତ୍ୱାବଧାରକ ମାୟାଧର ବରିଆ ପରିଚାଳନା କରିଥିଲେ ।

Leave A Reply

Your email address will not be published.