ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଇ-ଜାତୀୟ ସହାୟତାକୁ ନେଇ ସଚେତନତା ସଭା

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରାଠାରେ ବରିଷ୍ଠ ନାଗରିକମାନଙ୍କୁ ନେଇ ଜାତୀୟ ସହାୟତା ଓ ସୁରକ୍ଷା ବିଷୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କ୍ଷେତ୍ର ଅଧିକାରୀ ଲିଙ୍ଗରାଜ ନଗ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ସହାୟତା ଓ ନୁଶୁଳ୍କ ନମ୍ବର ୧୪୫୭୭ ବିଷୟରେ ସଚେତନ କରିଥିଲେ । ଏହି ନିଶୁଳ୍କ ନମ୍ବରରେ କଲ କରି ନିଜର ଯେ କୌଣସି ଅସୁବିଧା ବିଷୟରେ ଜଣାଇ ସମସ୍ୟାର ସମାଧାନ କରି ପାରିବେ ବୋଲି ଶ୍ରୀ ନାଗ କହିଥିଲେ । ଏହି ସଚେତନତା ଶିବିରରେ ଗ୍ରାମ ରୋଜଗାର ସେବକ ଲକ୍ଷ୍ମୀକାନ୍ତ ମନହୀରା ସହାଯ୍ୟ କରିଥିଲେ ।

Leave A Reply

Your email address will not be published.