oom

ନାରୀ ନିର୍ଯ୍ୟାତନା ଉପରେ ଆଇନ ସଚେତନତା ସଭା

jsmm

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ତାଲୁକ ଆଇନ ସହାୟତା କମିଟି କଂଟାବାଂଜି ଦ୍ୱାରା ନାରୀ ନିର୍ଯ୍ୟାତନା ନେଇ ଏକ ଆଇନ ସଚେତନତା ସଭା ଶନିବାର ଅପରାହ୍ନରେ ସ୍ଥାନୀୟ ଏନ.ଏ.ସି. କାଉନସିଲ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭାରେ କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ତାଲୁକ ଆଇନ ସହାୟତା କମିଟି ଅଧ୍ୟକ୍ଷ ହିମାଂଶୁ ଶେଖର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ସମ୍ମାନୀତ ଅତିଥି ଭାବେ ସବଜଜ୍‌ ପରିତୋଷ ସେଠି, ତହସିଲଦାର ତଥା ଭାରାପ୍ରାପ୍ତ ଏନ.ଏ.ସି ନିର୍ବାହୀ ଅଧିକାରୀ ଅମୃତ ଲାଲ ବେହେରା, ପୋଲିସ ଏସ.ଡି.ପି.ଓ ଗୌରାଙ୍ଗ ଚରଣ ସାହୁ, ଥାନା ଆଇ.ଆଇ.ସି. ରଶ୍ମିତା ବେହେରା, କଂଟାବାଂଜି ଫରେଷ୍ଟ ରେଂଜ ଅଫିସର ଶ୍ରଦ୍ଧାଦେବ ବଡମାଲି ଯୋଗ ଦେଇଥିଲେ । ଏହି ନାରୀ ନିର୍ଯ୍ୟାତନା ସଚେତନା ସଭାରେ ନାରୀ ମାନଙ୍କ ବିଭିନ୍ନ କାର୍ଯ୍ୟସ୍ଥଳି ତଥା କର୍ମସ୍ଥଳିରେ କୌଣସି ଯୌନ ନିର୍ଯ୍ୟାତନା କିମ୍ବା ଆକ୍ରୋଶର ଶିକାର ହେଲେ କିପରି କାହାକୁ ଅଭିଯୋଗ କରାଯିବ ଏବଂ ତାର ପ୍ରତିରୋଧ କରାଯାଇ ପାରିବ ସେ ଉପରେ ଅତିଥିମାନଙ୍କ ଦ୍ୱାରା ଆଇନର ବିଭିନ୍ନ ଧାରା ଉପରେ ଆଲୋକପାତ କରାଯାଇଛି । ଏପରିକି ପୋସ୍କୋ ଆଇନ ଉପରେ ମଧ୍ୟ ବିଷଦ ସୂଚନା ଦିଆଯାଇଥିଲା ଏହି ସଚେତନତା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଏନ.ଏ.ସି ସିଭିଲ କୋର୍ଟ ଫରେଷ୍ଟ ରେଂଜର ବିଭିନ୍ନ ମହିଳା କର୍ମଚାରୀ, ବିଭିନ୍ନ ଅନୁଷ୍ଠାନର ମହିଳା ସ୍ୱେଛାସେବୀ, ଆଇନଜୀବୀ, ତଥା ସାମାଜିକ କର୍ମୀ ସାମିଲ ଥିଲେ ।

jittmm
Leave A Reply

Your email address will not be published.