oom

ଡଭାଠାରେ କୋଭିଡ଼ ସଚେତନତା ରଥକୁ ସ୍ୱାଗତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଗ୍ରାମଠାରେ କୋଭିଡ଼ ସଚେତନତା ରଥକୁ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅରୁଣ କୁମାର ଭୋଇ, ସ୍ୱାସ୍ଥ୍ୟ ପରିଦର୍ଶକ ବାସୁଦେବ ଗଡ଼ତିଆ, ସ୍ୱାସ୍ଥ୍ୟ କର୍ମୀ ଲଳିତା ମହାରଥା ଅଙ୍ଗନୱାଡ଼ି କର୍ମୀ ପ୍ରଭାବତୀ ସାହୁ, ଆଶା ସରସ୍ଵତୀ ସାହୁ ଗାଁ କଲ୍ୟାଣ ସମିତିର ସମସ୍ତ ସଭ୍ୟ, ସଭ୍ୟା ଓ ସରପଞ୍ଚ ଦଶରଥ ବରିହା ସ୍ଵାଗତ କରିଥିଲେ । ତାପରେ ଗାଁର ସବୁଆଡ଼େ ମ୍ୟାକିଂ ଓ ଲିପ୍‌ଲେଟ୍ ବଣ୍ଟନ କରି ଶୋଭାଯାତ୍ରା କରାଯାଇଥିଲା । ସାମାଜିକ ଦୂରତା, ମାକ୍ସ ବ୍ୟବହାର, କୋଭିଡ଼ ଟେଷ୍ଟ ଓ ଟୀକା ନେବା, ସରକାରଙ୍କ ଗାଇଡ୍ ଲାଇନ୍, ମ୍ୟାଲେରିଆ ଜ୍ଵର, ଯକ୍ଷ୍ମା ଓ ଅଣସଂକ୍ରାମକ ରୋଗ ଯଥା ହାଇ ବ୍ଲଡ୍‌ସୁଗର, କ୍ୟାନସର ଉପରେ ଡାକ ବାଜି ଯନ୍ତ୍ର ଓ ଗୀତ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ରଥ ତିନି ମାସିଆ କାର୍ଯ୍ୟକ୍ରମ । ମେ ମାସ ୨୪ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୨୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରଥମ ଦିନରେ ଡଭା, ବଡଅନକି, ଘୁଚାପାଳି, ଛୋଟ ଅନକି, ରାଜେନ୍ଦ୍ରପୁର, ବିକ୍ରମପୁର ଓ ପଲସଦାକୁ ବୁଲିଥିଲା । ସମସ୍ତ ସ୍ଵାସ୍ଥ୍ୟ ପରିଦର୍ଶକ/ପରିଦର୍ଶିକା, ସ୍ଵାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡ଼ି ଓ ସମସ୍ତ ଗାଁ କଲ୍ୟାଣ ସମିତିର ସହଯୋଗରେ ହେଉଛି ବୋଲି ଭାରତ ସରକାରଙ୍କ ଦ୍ଵାରା ପଞ୍ଜିକୃତ ନୀତି ଦର୍ପଣ ପୋର୍ଟାଲ ଉପାୟ ଅନୁଷ୍ଠାନର ସମ୍ପାଦକ ତଥା ନିର୍ଦ୍ଦେଶକ ଲଲିତ ଜଗତ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.