ଚାଷୀ ପଞ୍ଜିକରଣ ପାଇଁ ସଚେତନତା ରଥ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୨୦୨୧-୨୨ ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଆରମ୍ଭ ହୋଇଯାଇଛି । ବରଗଡ଼ ଏବଂ ଅତାବିରା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପଞ୍ଜିକରଣ କରାଯାଉଅଛି । ଏହି ଅବସରରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆଜି ଏକ ରଥକୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ବରଗଡ଼ ଏବଂ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଞ୍ଚଳର ବିଭିନ୍ନ ଗ୍ରାମରେ ବୁଲିବ ଓ ସଚେତନତା ସୃଷ୍ଟି କରିବ ।

Leave A Reply

Your email address will not be published.