ବାଲିଗୁଡାରେ ଗଡ଼ିଲା ଭୋଟର ସଚେତନତା ରଥ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଗଡିଲା ଭୋଟର ସଚେତନତା ରଥ । ସବୁଜ ପତକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର । ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବା ସହ ବାଲିଗୁଡ଼ା ଓ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଏହି ସଚେତନତା ରଥ ବୁଲି ଭୋଟରମାନଙ୍କୁ ଭୋଟର ତାଲିକାରେ କିଭଳି ନାମ ପଞ୍ଜିକରଣ ଓ ସଂଶୋଧନ କରାଯାଇ ପାରିବ ସେ ସମ୍ବନ୍ଧରେ ସଚେତନ କରାଇବ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ଯେମିତି ଜଣେ ମଧ୍ୟ ନାଗରିକ କୌଣସି କାରଣରୁ ଭୋଟ୍ ଦେବାରୁ ବଞ୍ଚିତ ନରୁହନ୍ତି ସେଇଥି ପାଇଁ ଏହି ପ୍ରୟାସ ବୋଲି କହିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳଙ୍କ ସମେତ ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଅତିରିକ୍ତ ତହସିଲଦାରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.