centurian jitm

ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ କୋଭିଡ଼ ସଚେତନତା ରଥକୁ ସ୍ୱାଗତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ ସଚେତନତା ପର୍ଯ୍ୟବେକ୍ଷଣର ଶେଷ ମାସରେ ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ବାହାରି ପାଇକମାଲ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପହଂଚି ଥିଲା । ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ସଚେତନତା ରଥକୁ ଡ଼. ସୁଧିର କୁମାର ପ୍ରଧାନ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ତୁଷ କୁମାର ଚନ୍ଦ୍ରକାର, ଏକାଉଣ୍ଟେନ୍ ସୁବ୍ରତ ବିଶ୍ଵାଳ, ବିପି ଏମ୍ ରେବତୀ ମୋହନ ଜେନା, ବିଡି ଏମ୍ ସଞ୍ଜୀବ ମେହେର, ମହିଳା ସ୍ୱାସ୍ଥ୍ୟ କର୍ମୀ ଚନ୍ଦ୍ରିକା ଛୁରା, ମହିଳା ସ୍ଵାସ୍ଥ୍ୟ ପରିଦର୍ଶିକା ଜାହ୍ନବୀ କିଷାନ, ପାଇକମାଲ ସରପଞ୍ଚ ଧବଳେଶ୍ୱର ସାହୁ, ଅଙ୍ଗନୱାଡ଼ି କର୍ମୀ ନିରାସି କଲେତ, ରିନା ରାଜ ହଂସ, ପ୍ରେମାଦିନି ଛତ୍ରିଆ, ଅଞ୍ଜନା ବଢେଇ, ବୀଣା ସାହୁ, ଆଶା ସଂଗୀତା ବହିଦାର ଓ ଗୀତା ରାଣୀ କୁମ୍ଭାର, ପାଇକମାଲ ଥାନା ସବ ଇନ୍ସପେକ୍ଟର ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ଓ ଗ୍ରାମର ସମସ୍ତ ୱାର୍ଡ଼ ମେମ୍ବର ତଥା ଭଦ୍ର ବ୍ୟକ୍ତି କୋଭିଡ଼ ସଚେତନତା ରଥକୁ କଳସ ସ୍ଥାପନ ଓ ପୂଜା ଅର୍ଚ୍ଚନା କରି ସ୍ଵାଗତ କରିଥିଲେ । ତା’ପରେ ଗାଁର ସବୁଆଡ଼େ ମ୍ୟାକିଂ ଓ ଲିପ୍‌ଲେଟ୍ ବଣ୍ଟନ କରି ଶୋଭାଯାତ୍ରା କରାଯାଇଥିଲା । ପାଇକମାଲ, ସାଲେପାଲି, ରଞ୍ଜିତପୁର୍, ଖଇରା, ପଲସଦା, ସୋଢ଼ା, ଟେମରୀ, ମହୁଲପାଲି, ଖୁରସାପାଲି ଗ୍ରାମକୁ ଯାଇଥିଲା । ସାମାଜିକ ଦୂରତା, ମାକ୍ସ ବ୍ୟବହାର, କୋଭିଡ଼ ଟେଷ୍ଟ ଓ ଟୀକା ନେବା, ସରକାରଙ୍କ ଗାଇଡ୍ ଲାଇନ୍, ମ୍ୟାଲେରିଆ ଜ୍ଵର, ଯକ୍ଷ୍ମା ଓ ଅଣସଂକ୍ରାମକ ରୋଗ ହାଇ ବ୍ଲଡ୍ ପ୍ରେସର, ସୁଗର, କ୍ୟାନସର ଉପରେ ଡାକ ବାଜି ଯନ୍ତ୍ର ଓ ଗୀତ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ରଥ ତିନି ମାସିଆ କାର୍ଯ୍ୟକ୍ରମ ଏହି ମାସ ସମସ୍ତ ଗାଁ କଲ୍ୟାଣ ସମିତିକୁ ବୁଲିବ । ତୁଷ କୁମାର ଚନ୍ଦ୍ରକାର ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ପାଇକମାଲ, ସମସ୍ତ ସ୍ଵାସ୍ଥ୍ୟ ପରିଦର୍ଶକ ପରିଦର୍ଶିକା, ସ୍ଵାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡ଼ି ଓ ସମସ୍ତ ଗାଁ କଲ୍ୟାଣ ସମିତିର ସହଯୋଗରେ ହେଉଛି ବୋଲି ଭାରତ ସରକାରଙ୍କ ଦ୍ଵାରା ପଞ୍ଜିକୃତ ନୀତି ଦର୍ପଣ ପୋର୍ଟାଲ ଉପାୟ ଅନୁଷ୍ଠାନର ସମ୍ପାଦକ ତଥା ନିର୍ଦ୍ଦେଶକ ଲଲିତ ଜଗତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.